Latest Odisha News

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୦୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଦିନକରେ ପ୍ରାୟ ୩୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳରୁ ସର୍ବାଧିକ ୪୪ ଆରୋଗ୍ୟ ହୋଇଥିବା ବେଳେ ତା’ତଳକୁ ସୁନ୍ଦରଗଡ଼ରୁ ୨୮ ସୁସ୍ଥ ହୋଇଛନ୍ତି।

ତେବେ ୩୦୯ ଜଣ ଆରୋଗ୍ୟଙ୍କୁ ମିଶାଇ ଏଯାବତ ଓଡିଶାରେ ମୋଟ୍ ୩,୨୧,୯୫୬ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୦୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୫ ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୨୬ହଜାର ୫୯୬କୁ ବୃଦ୍ଧି ପାଇଛି । ଏବେ ୩ହଜାର ୫୭ଟି ଆକ୍ଟିଭ୍ କେସ୍ ରହିଛି ।

Comments are closed.