Latest Odisha News

BREAKING NEWS

୨୦୨୧ ଆଇପିଏଲରେ ନୂତନ ଟିମ ସାମିଲ ହେବେନି : ରିପୋର୍ଟ

ମୁମ୍ବାଇ: ୨୦୨୧ ଆଇପିଏଲରେ ଅଧିକ ଟିମ୍ ଖେଳିବା ସମ୍ଭାବନା କ୍ଷୀଣ ହୋଇଛି । ଏଥିନେଇ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ବିଧିବଦ୍ଧ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ୨ଟି ନୂଆ ଟିମ୍ ସାମିଲ ହେବା ନେଇ ବିସିସିଆଇ ଘୋଷଣା କରିଥିଲା । ରିପୋର୍ଟ ମୁତାବକ ୨୦୨୧ ଆଇପିଏଲ ପାଇଁ କମ୍ ଦିନ ସମୟ ରହିଛି । ଏହା ମଧ୍ୟରେ ନିଲାମ ପ୍ରକ୍ରିୟା ମଧ୍ୟ ଆୟୋଜନ କରାଯିବ । ଏହି ସବୁକୁ ଦୃଷ୍ଟିରେ ରଖି ଆଗାମୀ ସଂସ୍କରଣରେ ପୂର୍ବ ଭଳି ୮ଟିମ୍ ଖେଳିବେ । ୨୦୨୨ରେ ଯୋଜନା ମୁତାବକ ୧୦ ଟିମକୁ ନେଇ ଆଇପିଏଲ ଆୟୋଜନ କରାଯିବ ।

BjdElectrycity

୧୦ ଟିମ୍ ଖେଳିଲେ ମ୍ୟାଚ ସଂଖ୍ୟା ବଢ଼ିବ ଯାହାକି ବର୍ତମାନ ପରିସ୍ଥିତିରେ ସମ୍ଭବପର ନୁହେଁ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି । ଅହମ୍ମଦାବାଦ ୯ମ ଟିମ୍ ଏବଂ କାନପୁର, ଲକ୍ଷ୍ନୌ ଓ ପୁଣେ ମଧ୍ୟରେ ୧୦ମ ଟିମ ପାଇଁ ମୁକାବିଲା ହେବ ।

Leave A Reply

Your email address will not be published.