Latest Odisha News

BREAKING NEWS

ଖୁସି ଖବର; ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲାଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।

ଆଜି ସୁସ୍ଥ ହୋଇଥିବା ସମସ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କ୍ରମାଗତ ଭାବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଲବ ଏକାଥରକେ ୩୧ ଜଣ ସୁସ୍ଥ ହେବା ଜିଲ୍ଳାବାସୀଙ୍କ ପାଇଁ ଏକ ଆଶ୍ୱସ୍ତି ଜନକ ଖବର।

ଯାଜପୁରରେ ଏପର୍ଯ୍ୟନ୍ତ ୬୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ୩୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ୩୧ ସକ୍ରିୟ ମାମଲା ରହିଛି ।

ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥତା ସଂଖ୍ୟା ୧୧୬ କୁ ବୃଦ୍ଧି ପାଇଛି।

Comments are closed.