Latest Odisha News

BREAKING NEWS

ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଯେପରି ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରୁହେ ସେଥିପାଇଁ ଚିନ୍ତାବ୍ୟକ୍ତ କରି ୧୦୦ରୁ ଅଧିକ ଶିକ୍ଷାବିତ୍ ଓ ସାମାଜିକ କାର୍ୟ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ଅଧିକ ପଢନ୍ତୁ: କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ ଅଭିଜ୍ଞତା

ଦିଆଯାଇଥିବା ଜ୍ଞାପନ ଅନୁସାରେ ମହାମାରୀ ଲକଡ଼ାଉନରେ ଅନ୍‌ଲାଇନ ପାଠ୍ୟକ୍ରମ ଯୋଗୁଁ ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ପର୍ୟ୍ୟାପ୍ତ ଶୈକ୍ଷିକ ସାଧନ ସହ ରିଲିଫ ପ୍ୟାକେଜର ବ୍ୟବସ୍ଥା କରାଯିବା ନେଇ ସେଥିରେ ଉଲ୍ଲେଖ ରହିଛି ।

ଅନ୍‌ଲାଇନ ପାଠ୍ୟକ୍ରମ ଉପରେ ଅଧିକ ଫୋକସ ହେତୁ ପଛୁଆ ବର୍ଗର ଛାତ୍ରଛାତ୍ରୀ ଙ୍କ ଶିକ୍ଷାଗତ ଅଧିକାର କ୍ଷୁର୍ଣ୍ଣ ହେଉଥିବା ବେଳେ, ପ୍ରଶାଧନ ର ଅଭାବ ଦୃଷ୍ଟିରୁ ସେମାନେ ପାଠପଢା ରୁ ବଞ୍ଚିତ ହେଉଛନ୍ତି । ଲକଡ଼ାଉନ ସମୟରେ ଯେପରି କିଏ ଘରୋଇ ହିଂସା ଅବା ନିର୍ୟ୍ୟାତନା ର ଶିକାର ନ ହୁଅନ୍ତି ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ତଥା ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟର ଶିକ୍ଷାବିତମାନେ ଶିଶୁ ଶ୍ରମିକ, ଶିଶୁଙ୍କ ଅବୈଧ ବ୍ୟାପାର ଭଳି ଅପରାଧ ଉପରେ ନଜର ରଖିବା ସହ ଶିଶୁ ଙ୍କ ଶୈକ୍ଷିକ ତଥା ବିକାଶାତ୍ମକ ଅଧିକାର ଉପରେ ଧ୍ୟାନ ଦବା ବିଷୟରେ, ଦିଆଯାଇଥିବା ଜ୍ଞାପନରେ ଉଲ୍ଲେଖ କରିଛନ୍ତି ।

ନିଆଯିବାକୁ ଥିବା ସମସ୍ତ ନିଷ୍ପତି ସମ୍ବିଧାନ ସମ୍ମତ ହେବା ଆବଶ୍ୟକ ବୋଲି ଶିକ୍ଷାବିତ୍ ମାନେ ମତ୍ତ ଦେଇଛନ୍ତି ।

 

Leave A Reply

Your email address will not be published.