Latest Odisha News

BREAKING NEWS

ଖୋଲିଲା ସାଂଘାଇ ଡିଜନୀଲ୍ୟାଣ୍ଡ

ସାଂଘାଇ: କରୋନା ଭାଇରସ ଯୋଗୁ ଦୀର୍ଘଦିନ ଧରି ବନ୍ଦ ପଡିଥିବା ସାଂଘାଇ ଡିଜନୀଲ୍ୟାଣ୍ଡ ପୁନର୍ବାର ଖୋଲିଛି । ଏଥିନେଇ ସ୍ଥାନୀୟ ସରକାର ବିଭିନ୍ନ କଟକଣା ଓ ସତର୍କତା ସୂଚୀ ଜାରି କରିଛି । ସାଙ୍ଘାଇ ଡିଜ୍‌ନି ଲ୍ୟାଣ୍ଡ ପାର୍କ ଖୋଲିବା ପରେ ଲୋକେ ବେଶ୍ ଖୁସି ହୋଇଯାଇଛନ୍ତି । ସେଥିପାଇଁ ପାର୍କ ଖୋଲିବା ମାତ୍ରେ ଏଠାକୁ ଜନସମାଗମ ଆରମ୍ଭ ହୋଇଯାଇଛି ।

ପାର୍କରେ ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷାକରିବା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି । ଏହା ସହିତ ସମସ୍ତଙ୍କ ପାଇଁ ଟେମ୍ପରେଚର ସ୍କ୍ରିନିଂ ବ୍ୟବସ୍ଥା ବି କରାଯାଇଛି । ଏବେ ଏହି ପାର୍କକୁ ୨୪ହଜାରରୁ ବି କମ୍ ଲୋକ ଆସୁଛନ୍ତି, ଯାହା କି ପୂବର୍ର୍ରୁ ଆସୁଥିବା ଲୋକସଂଖ୍ୟାର ୩୦ ପ୍ରତିଶତରୁ ବି କମ୍ ‌।

Leave A Reply

Your email address will not be published.