Latest Odisha News

BREAKING NEWS

ସରିଲା ୨୧ଦିନର ଅପରେସନ; ନିପାତ ହେଲେ ୩୧ କୁଖ୍ୟାତ ନକ୍ସଲ

ମାଲକାନଗିରି:ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ନକ୍ସଲ ମୁକ୍ତ ଭାରତର ସଂକଳ୍ପରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ସୁରକ୍ଷା ବାହିନୀ । ନକ୍ସଲବାଦ ବିରୋଧରେ ସବୁଠାରୁ ବଡ଼ ଅଭିଯାନରେ ଛତିଶଗଡ଼-ତେଲେଙ୍ଗାନା ସୀମାର କୁରାଗୁଟାଲୁ ହିଲ୍ସ (KGH)ରେ ୩୧ ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜେ ଏକ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।  ସୁରକ୍ଷା ବାହିନୀ ନକ୍ସଲ ମୁକ୍ତ ଭାରତ ଅଧୀନରେ ନକ୍ସଲମାନଙ୍କୁ ନିପାତ କରିବା ପାଇଁ ଅଭିଯାନକୁ ତୀବ୍ର କରିଛି।

ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟରେ କହିଛନ୍ତି, ଯେଉଁ ପର୍ବତରେ ଲାଲ ଆତଙ୍କ ରାଜ କରୁଥିଲା, ଆଜି ସେଠାରେ ତ୍ରିରଙ୍ଗା ଗର୍ବର ସହିତ ଉଡୁଛି। କୁରାଗୁଟାଲୁ ହିଲ୍ସ PLGA ବାଟାଲିୟନ 1, DKSZC, TSC ଏବଂ CRC ଭଳି ପ୍ରମୁଖ ନକ୍ସଲ ସଂଗଠନର ଏକୀକୃତ ମୁଖ୍ୟାଳୟ ଥିଲା, ଯେଉଁଠାରେ ନକ୍ସଲ ତାଲିମ ସହିତ ରଣନୀତି ଏବଂ ଅସ୍ତ୍ରଶସ୍ତ୍ର ବିକଶିତ କରାଯାଉଥିଲା

ଏହି ସର୍ବବୃହତ ନକ୍ସଲ ବିରୋଧୀ ଅଭିଯାନ ଆମର ସୁରକ୍ଷା ବାହିନୀ ଦ୍ୱାରା ମାତ୍ର ୨୧ଦିନ ମଧ୍ୟରେ ସମାପ୍ତ ହୋଇଛି ଏବଂ ମୁଁ ଅତ୍ୟନ୍ତ ଖୁସି ଯେ ଏହି ଅଭିଯାନରେ ସୁରକ୍ଷା ବାହିନୀର କୌଣସି କ୍ଷତି ହୋଇନାହିଁ। ଖରାପ ପାଗ ଏବଂ ଦୁର୍ଗମ ପାହାଡ଼ି ଅଞ୍ଚଳରେ ମଧ୍ୟ ଶୌର୍ଯ୍ୟ ଓ ପରାକ୍ରମ ସହିତ ନକ୍ସଲବାଦୀଙ୍କ ମୁକାବିଲା କରିଥିବା ଆମର CRPF, STF ଏବଂ DRG ସୈନିକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ସାରା ଦେଶ ଆପଣମାନଙ୍କୁ ନେଇ ଗର୍ବିତ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଆମେ ନକ୍ସଲବାଦକୁ ମୂଳରୁ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ। ମୁଁ ପୁଣି ଥରେ ଦେଶବାସୀଙ୍କୁ ଆଶ୍ୱସ୍ତ କରୁଛି ଯେ ଭାରତ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ହେବା ନିଶ୍ଚିତ।

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ମହାନିର୍ଦ୍ଦେଶକ ଜିପି ସିଂହ କହିଛନ୍ତି ୨୦୧୪ ମସିହାରେ ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୩୫ ଥିଲା, ଯାହା ୨୦୨୫ ସୁଦ୍ଧା ୬ କୁ ହ୍ରାସ ପାଇଛି।

 

 

Comments are closed.