Latest Odisha News

BREAKING NEWS

୬ରୁ ଖୋଲିବ ଐତିହାସିକ ସ୍ମାରକ, ସଂଗ୍ରାହଳୟ ଓ ପର୍ଯ୍ୟଟନସ୍ଥଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନ ସ୍ଥଳି । ଏଥିସହ ଐତିହାସିକ ସ୍ମାରକ ଓ ସଂଗ୍ରାହଳୟ ମଧ୍ୟ ଖୋଲିବ । ଏନେଇ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି । ତେବେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ଯ୍ୟଟନସ୍ଥଳି ଖୋଲିବ ନାହିଁ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୧ଟି ପର୍ଯ୍ୟଟନସ୍ଥଳି ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ତେବେ କୋଣାର୍କ ମନ୍ଦିର, ପୁରୀ ଜିଲ୍ଲାର କୌଣସି ଏଏସଆଇ ପର‌୍ୟ୍ୟଟନସ୍ଥଳୀ ଖୋଲିବ ନାହିଁ । ଆସନ୍ତା ୬ ତାରିଖକୁ ଖଣ୍ଡଗିରି, ଉଦୟଗିରି, ଧଉଳି, ରାଜାରାଣୀ ମନ୍ଦିର, ଶିଶୁପାଳଗଡ, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି ପ୍ରମୁଖ ପର‌୍ୟ୍ୟଟନସ୍ଥଳୀ ଖୋଲିବ ।

ତେବେ ଏହିସବୁ ପର‌୍ୟ୍ୟଟନସ୍ଥଳିରେ କୋଭିଡ୍ ଗାଇଡ୍ ଲାଇନ୍ କଡାକଡି ଭାବେ ପାଳନ ହେବ । କରୋନା ଗାଇଡ଼ ଲାଇନ ଅନୁସାରେ ଲୋକମାନେ ଐତିହ୍ୟ ଓ ପର‌୍ୟ୍ୟଟନ ସ୍ଥଳୀ ଯାଇପାରିବେ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଏଏସଆଇ ଚିଠି ଲେଖିଛନ୍ତି । ଦେଶ ଓ ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମିତ ବୃଦ୍ଧି ପାଇବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଐତିହ୍ୟ ଓ ପର‌୍ୟ୍ୟଟନ ସ୍ଥଳୀ ବନ୍ଦ ରଖାଯାଇଥିଲା ।

Leave A Reply

Your email address will not be published.