Latest Odisha News

BREAKING NEWS

କରୋନା ମୁକାବିଲା ଲାଗି ଗଞ୍ଜାମରେ ନିଯୁକ୍ତ ହେଲେ ସ୍ପେଶାଲ୍ ଏଡ଼ିଏମ୍‌

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ଡିପାର୍ଟମେଣ୍ଟ ଅଫ ୱର୍କସର ଡେପୁଟୀ ସେକ୍ରେଟାରି ପାରୁଲ ପଟୱରୀଙ୍କୁ କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଭିଜନର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଛନ୍ତି ।

ସେହିପରି ଭାବେ ପୁରୀ ଡିଆରଡ଼ିଏ ଯୋଜନା ନିର୍ଦ୍ଦେଶକ ବିଶାଲ ସିଂହ ମଧ୍ୟ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବ ଡିଭିଜନ ନିମନ୍ତେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

Leave A Reply

Your email address will not be published.