Latest Odisha News

BREAKING NEWS

କରୋନା ଦ୍ୱିତୀୟ ତରଙ୍ଗରେ ପ୍ରାଣ ହରାଇଛନ୍ତି ୩୧ ପୋଲିସ କର୍ମଚାରୀ

ଚେନ୍ନାଇ: ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୩୧ ଜଣ ପୋଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଏପ୍ରିଲ ୧୩ ରୁ ମେ ୧୪ ମଧ୍ୟରେ ୩୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ତାମିଲନାଡୁ ପୋଲିସ ବିଭାଗରେ ୧,୧୭ ୫୨୪ ପୋଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

୧,୧୭,୫୨୪ ପୋଲିସ୍ କର୍ମଚାରୀଙ୍କ ମଧ୍ୟରୁ ୩୨,୭୯୨ ଜଣ ଫେବୃଆରୀ ୧, ୨୦୨୧ ରୁ ମେ ୧୪, ମଧ୍ୟରେ କରୋନା ଟିକା ଗ୍ରହଣ କରିଥିଲେ। ୬୭,୬୭୩ ଜଣ ୨ଟି ଡୋଜ ଟିକା ନେଇଛନ୍ତି। ପ୍ରାୟ ୧୭,୯୫୯ ଜଣ ଟିକା ଗ୍ରହଣ କରି ନଥିବା ଜଣାପଡ଼ିଛି।

ଅଧ୍ୟୟନ ଅନୁଯାୟୀ, ମୃତ ୩୧ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଚାରିଜଣ ଟିକା ଗ୍ରହଣ କରିଥିବା ବେଳେ ୭ ଜଣ ଜଣ ଗୋଟିଏ ଡୋଜ ଟିକା ନେଇଥିଲେ ଏବଂ ବାକି ୨୦ ଜଣ ଟିକାକରଣ କରିନଥିଲେ।

Comments are closed.