Latest Odisha News

BREAKING NEWS

ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଗଲା ଏପିଡୋମିଲୋଜି ଟିମ୍

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହୋଇଛି ଗୋଟିଏ ଡେଲଟା ପ୍ଲସ କେସ୍ । ଦେବଗଡ଼ରୁ ଚିହ୍ନଟ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଡି ଟିମ୍ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ସଂକ୍ରମିତ ହେଇଛନ୍ତି କି ନାହିଁ ଯାଞ୍ଚ କରାଯିବ । ସେହିପରି ସମସ୍ତେ ଟିକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରିବ ଏପିଡୋମିଲୋଜି ଟିମ୍ ।

ଡେଲଟା ପ୍ଲସ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ୩୦ ମାର୍ଚ୍ଚରେ ଟିକା ନେଇଥିଲେ । ପରବର୍ତ୍ତୀ ସମୟରେ ଜଣେ କୋରନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ତାଙ୍କର କିଛି ଲକ୍ଷଣ ରହି ନଥିଲା । ମେ ମାସରେ ତାଙ୍କର ଜିନୋମ୍ ସିକ୍ୟୁଏନିସ ପାଇଁ ପଠାଯାଇଥିଲା । ସେ ଟୀକା ନେଇଥିବାରୁ କୌଣସି ଲକ୍ଷଣ ଦେଖା ଯାଉନଥିଲା । ତେଣୁ ଟୀକାର ପ୍ରଭାବ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ।

Leave A Reply

Your email address will not be published.