Latest Odisha News

BREAKING NEWS

ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ; ୨୫୫ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।
ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୬୨ ଜଣ କ୍ୱାରେଣ୍ଟାଇନ୍ ଏବଂ ୨୫୫ଟି ସ୍ଥାନୀୟ ମାମଲା ରହିଛି । ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ୨୦,୮୫୫ କରୋନା ପଜିଟିଭ ମାମଲା ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୫୭୬ ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୧୭,୧୭୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୮୬ ଜଣଙ୍କର ମୃତ୍ୟୁ ଘଟିଛି ।

ଅଧିକ ପଢନ୍ତୁ- ଆଜି ୪ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

 

Leave A Reply

Your email address will not be published.