Latest Odisha News

BREAKING NEWS

ବିଧାନସଭା ଅଧିବେଶନ ପୂର୍ବରୁ ୧୩୬ କର୍ମୀଙ୍କୁ କରୋନା

ଭୁବନେଶ୍ୱର: ଓଡିଶା ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀ ମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ଟେଷ୍ଟ କରାଯାଇଥିବା ୭୫୭ ଜଣଙ୍କ ମଧ୍ୟରୁ ପ୍ରାୟ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି ।

ପ୍ରାପ୍ତ ସୂଚନାନୁଯାୟୀ ବିଜେଡିର ପ୍ରମିଳା ମଲ୍ଲିକ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ ଯେଉଁମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ତେବେ ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.