Latest Odisha News

ବୌଦ୍ଧରେ ୩୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ: ବୌଦ୍ଧ ଜିଲା ବାଉଁଶୁଣି ଅଞ୍ଚଳରେ ୩୨ କେଜି ଗଞ୍ଜେଇ ଜବତ କରିଛି ବାଉଁଶୁଣି ପୋଲିସ । ଘଟଣାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଉଁଶୁଣି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଟିକିରାପଡ଼ା ଗ୍ରାମର ଜୀବର୍ଦ୍ଧନ ତଣ୍ଡିଆ ବୋଲି ଜଣାପଡିଛି ।

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳଙ୍କ ନେତୃତ୍ୱରେ ବାଉଁଶୁଣି ଥାନାର ଏକ ଟିମ୍ ଗତକାଲି ଟିକିରାପଡ଼ାରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ଜୀବର୍ଦ୍ଧନ ତଣ୍ଡିଆ କୁ ଧରିବାରେ ସଫଳ ହୋଇଥିଲା ଟିମ୍ ।

ଅଭିଯୁକ୍ତ ଠାରୁ ୩୨ କେଜିର ଗଞ୍ଜେଇ ଜବତ କରିଛି ଟିମ୍ । ବାଉଁଶୁଣି ଥାନା ପକ୍ଷରୁ କେସ ନମ୍ୱର୍ ୧୦୮/୨୪ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.