Latest Odisha News

BREAKING NEWS

ବଲାଙ୍ଗୀରରୁ ଉଦ୍ଧାର ହେଲେ ୩୨ ଦାଦନ ଶ୍ରମିକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ତୁରେକେଲା ରେଳଷ୍ଟେସନରୁ ସ୍ଥାନୀୟ ପୋଲିସ ପକ୍ଷରୁ ପ୍ରାୟ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ସମସ୍ତ ଶ୍ରମିକ ମାନଙ୍କ ଘର ସ୍ଥାନୀୟ ବେଳପଡା ବ୍ଲକ୍ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୧୪ ଜଣ ଛୋଟ ପିଲା ରହିଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ ଶ୍ରମିକମାନଙ୍କୁ ଗୁରୁବାର ସକାଳୁ ଉକ୍ତ ରେଲୱେ ଷ୍ଟେସନରୁ ପୋଲିସ ଉଦ୍ଧାର କରିଥିଲା । ଏହାବ୍ୟତିତ ସେମାନଙ୍କୁ କିଏ ଏବଂ କେଉଁଠିକୁ ନେଉଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ତେବେ ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.