Latest Odisha News

BREAKING NEWS

୬୯ ବର୍ଷରେ ପଦାର୍ପଣ କଲେ ସୁପରଷ୍ଟାର୍ ରଜନୀକାନ୍ତ

ଭୁବନେଶ୍ୱର : ତାମିଲ  ସୁପରଷ୍ଟାର୍ ରଜନୀକାନ୍ତ୧୯୫୦ ମସିହା ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଯିଏକି ଦକ୍ଷିଣ ଭାରତୀୟ ଦର୍ଶକଙ୍କ ଗହଣରେ ଭଗବାନ ରୂପେ ସ୍ଥାନ ପାଇଛନ୍ତି ।

ଏହି ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି-

ଏକ ସାଧାରଣ ପରିବାରରେ ଜନ୍ମିତ ରଜନୀ କିଭଳି ପରବର୍ତ୍ତୀ ସମୟରେ ସାଉଥ ଇଣ୍ଡଷ୍ଟ୍ରିର ଭଗବାନ ପାଲଟିଗଲେ ସେ ସମ୍ପର୍କରେ ଭାବିଲେ ଆଶ୍ଚର୍ଯ୍ୟ ବି ଲାଗେ । ସିନେମା ଜଗତରେ ପାଦ ଥାପିବା ପୂର୍ବରୁ ରଜନୀକାନ୍ତ  ଜଣେ ବସ୍ କଣ୍ଡକ୍ଟର ଭାବେ ଜୀବିକା ନିର୍ବାହ କରୁଥିଲେ ।

ରଜନୀକାନ୍ତଙ୍କ ପରିବାରର ଆର୍ଥିକ ସ୍ଥିତି ମଜବୁତ ନଥିବାରୁ ସେ ପିଲାଦିନରୁ ହିଁ ଘରର ଦାୟିତ୍ୱକୁ ବୁଝି ଛୋଟ ମୋଟ କାମ କରୁଥିଲେ। ସେ ଟ୍ରାନ୍ସପୋର୍ଟ ସର୍ଭିସେସରେ କଣ୍ଡକଟର ଭାବରେ କାମ କରୁଥିଲେ। ଅବଶ୍ୟ ତାଙ୍କ ମନରେ ଅଭିନେତା ହେବାର ଇଚ୍ଛା ଥିଲା। ପରବର୍ତ୍ତୀ ସମୟରେ ତାଙ୍କର ଜୀବନ ଏକ ରୋଚକ ମୋଡ ନେଲା ଏବଂ ସେ ୧୯୭୫ ମସିହାରେ ‘ଅପୂର୍ବ ରାଙ୍ଗଗଲ’ ନାମକ ଏକ ଫିଲ୍ମରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ସିନେମା ଜଗତରେ କାମ କରୁଥିବା ବେଳେ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ସେ ଫିଲ୍ମ କ୍ୟାରିୟର ଛାଡିବା ପାଇଁ ନିଷ୍ପତି ନେଇଥିଲେ। ରଜନୀଙ୍କ ଏହି ନିଷ୍ପତ୍ତିକୁ ପରିବାର ବର୍ଗ ସମର୍ଥନ କରିନଥିଲେ । ଏହା ପରେ ପରେ ସେ ୧୯୮୦ରେ ସବୁଠାରୁ ହିଟ୍ ଫିଲ୍ମ ବିଲ୍ଲାରେ ଅଭିନୟ କରିଥିଲେ, ଯାହା ଅମିତାଭ ବଚ୍ଚନଙ୍କର ସୁପରହିଟ ଫିଲ୍ମ ଡନର ରିମେକ ଥିଲା।

ଆହୁରି ମଧ୍ୟ ସୁପରଷ୍ଟାର୍ ରଜନୀକାନ୍ତ  ବଲିଉଡରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ସେ ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ମଧ୍ୟ ପ୍ରଥମେ ସେ ଅନ୍ଧା ‘କାନୁନ’ ଫିଲ୍ମ ଜରିଆରେ ସେ ବଲିଉଡରେ ପାଦ ଥାପିଥିଲେ । ପରେ ପରେ ରଜନୀ ‘ଇନସାଫ କୌନ କରେଗା’, ‘କବାଲୀ’, ‘ଶିବାଜୀ’ ଏବଂ ‘ଦ ବସ୍’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ ।

ନିଜ ଦମଦାର ଅଭିନୟ ବଳରେ କୋଟିକୋଟି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ରଜନୀକାନ୍ତଙ୍କୁ ତାଙ୍କ ଅଭିନୟ ପାଇଁ ୨୦୦୦ ମସିହାରେ ପଦ୍ମଭୂଷଣ ଏବଂ ୨୦୧୬ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।

Leave A Reply

Your email address will not be published.