Latest Odisha News

BREAKING NEWS

କଟକରେ ୩୨ ନୂଆ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ସୋମବାର ଦିନ ୩୨ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୨୪୩ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ ।

ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୬ ଜଣ କଟକ ମହାନଗର ନିଗମ ଅଞ୍ଚଳର ରହିଛନ୍ତି । ଏହାବ୍ୟତିତ ନରସିଂହପୁରରୁ ୨, ବାଙ୍କିରୁ ୨, ସାଲେପୁରରୁ ୫ ଓ ନିଆଳିରୁ ୭ ଜଣ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ- ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭୩ ଜଣ କରୋନା ଆକ୍ରାନ୍ତ

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୩୨୯ଟି ସକ୍ରିୟ ମାମଲା ରହିଥିବା ବେଳେ ୯୦୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୮ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.