Latest Odisha News

BREAKING NEWS

ସମୁଦ୍ର ମଧ୍ୟରେ ପଂହଚିଲା କରୋନା, ଚିନ୍ତାରେ ସାରା ଦୁନିଆ

ବୁଏନ୍ସ ଏରିସ୍‌: କରୋନା ଭାଇରସ ବୈଜ୍ଞାନିକମାନଙ୍କ ପାଇଁ ଏବେ ବି ରହସ୍ୟ ସାଜିଛି କହିଲେ ଭୁଲ ହେବନି । ସମସ୍ତ ପ୍ରକାର ବ୍ୟବସ୍ଥା ସତ୍ୱେ କରୋନା ଭାଇରସ ସମୁଦ୍ର ମଧ୍ୟରେ କିପରି ପଂହଚିଲା ତାହା ଏବେ ଚିନ୍ତାର କାରଣ ହୋଇଛି । ରିପୋର୍ଟ ମୁତାବକ ଦକ୍ଷିଣ ଆମେରିକାର ଆର୍ଜେଂଟିନାରେ ଏହିଭଳି ଘଟଣା ସମ୍ମୁଖକୁ ଆସିଛି । ଦୀର୍ଘ ୩୫ ଦିନ ଧରି ସମୁଦ୍ର ମଧ୍ୟରେ ଥିବା ଏକ ଜାହାଜର କର୍ମଚାରୀମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ବର୍ତମାନ ସୁଦ୍ଧା ୫୭ଜଣ ଏହା କବଳରେ ପଡିଛନ୍ତି ।

ଯିବା ପୂର୍ବରୁ ସମସ୍ତଙ୍କ କୋଭିଡ-୧୯ ଟେଷ୍ଟ କରାଯାଇଥିଲା । ସମୁଦ୍ର ମଧ୍ୟରେ ୩୫ ଦିନ ରହିବା ଭିତରେ ସେମାନେ କିପରି ସଂକ୍ରମିତ ହେଲେ ଏହାର ତଦନ୍ତ ଜାରି ରହିଛି । ଆର୍ଜେଂଟିନାର ସ୍ୱାସ୍ଥାଧିକାରୀ ଟିଆରା ଡେଲ ଫଏଗୋଙ୍କ ମତରେ ସମସ୍ତଙ୍କ ଟେଷ୍ଟ ନେଗେଟିଭ ଆସିଥିଲା ଏବଂ ୧୪ ଦିନ ହୋଟେଲରେ କ୍ୱାରେଂଟାଇନରେ ରଖାଯାଇଥିଲା । ଜାହାଜରେ ସମୁଦାୟ ୬୧ଜଣ କର୍ମଚାରୀ ଅଛନ୍ତି ।

Leave A Reply

Your email address will not be published.