Latest Odisha News

BREAKING NEWS

ଖୋର୍ଦ୍ଧାରେ ୮୫୯ ଓ ଗଞ୍ଜାମରେ ୯୭, ଗୋଟିଏ ଦିନରେ ୩୨୬୭ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଗଞ୍ଜାମରେ କମୁଛି, ଖୋର୍ଦ୍ଧା ଓ କଟକରେ ମାଡୁଛି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ ହଜାର ୨୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧ ହଜାର ୯୬୧ ଓ ଲୋକାଲ୍ କଣ୍ଟାଣ୍ଟ କେସ ରହିଛି ୧ ହଜାର ୩୦୬ ।

ନୂଆ ରେକର୍ଡ କରିଛି ଖୋର୍ଦ୍ଧା । ଜିଲ୍ଲାରୁ ସଂକ୍ରମିତ ହୋଇଛନ୍ତି ସର୍ବାଧିକ ୮୫୯ ନୂଆ ଆକ୍ରାନ୍ତ । ସେହିପରି କଟକରୁ ୩୮୪, ରାୟଗଡ଼ାରୁ ୧୬୯, ମୟୂରଭଞ୍ଜରୁ ବାହାରିଛନ୍ତି ୧୩୪ ପଜିଟିଭ୍ । ସେହିପରି ସୁନ୍ଦରଗଡ଼ ୧୨୭ ଓ ବରଗଗଡ଼ରୁ ବାହାରିଛନ୍ତି ୧୨୦, କେନ୍ଦୁଝରରୁ ୧୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରେ କମୁଛି ସଂକ୍ରମିତଙ୍କ ସଂଖ୍ୟା ଶହେ ତଳକୁ ଖସିଛି ପଜିଟିଭ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ବାହାରିଛନ୍ତି ୯୭ ନୂଆ ଆକ୍ରାନ୍ତ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି । ଆରୋଗ୍ୟ ଲାଭ କରିଛନ୍ତି ୮୭ ହଜାର ୩୫୧ ଓ ଆକ୍ଟିଭ୍ କେସ୍ ରହିଛି ୨୮ ହଜାର ୭୪୩ ।

Leave A Reply

Your email address will not be published.