Latest Odisha News

BREAKING NEWS

ରାଜ୍ୟରେ ଆଉ ୯ ଜଣଙ୍କର ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଚି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ବଲାଙ୍ଗୀର ଜିଲ୍ଲାରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ରାୟଗଡାରୁ ପ୍ରାଣ ହରାଇଛନ୍ତି ଜଣେ ସଂକ୍ରମିତ ।

ମୃତକଙ୍କ ଭିତରେ ୩ ଜଣ ପୁରୁଷ ଓ ୬ ଜଣ ମହିଳା ଅଛନ୍ତି । ବଲାଙ୍ଗିର ଜିଲ୍ଲାରେ ଜଣେ ୧୮ ବର୍ଷୀୟ ଯୁବକଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି ।

ଗଞ୍ଜାମରେ ଏହାରି ଭିତରେ ୧୯୯ ଜଣଙ୍କର ଜୀବନ ଗଲାଣି । ଖୋର୍ଦ୍ଧାରେ ୭୨, କଟକର ୩୬, ରାୟଗଡ଼ାରେ ୨୭ ଓ ବଲାଙ୍ଗିରରେ ୭ ଜଣଙ୍କର ଜୀବନ ନେଲାଣି କରୋନା । ରାଜ୍ୟରେ କରୋନା ମୃତ୍ୟୁହାର ୦.୪୫% ରହିଛି ।

Leave A Reply

Your email address will not be published.