Latest Odisha News

BREAKING NEWS

୩୨୭୪ଟି ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଦ୍ୱାରା ୪୪ ଲକ୍ଷ ପ୍ରବାସୀଙ୍କୁ ନିଜ ରାଜ୍ୟରେ ପହଞ୍ଚାଇଲା ରେଳବାଇ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ରାଜ୍ୟରେ ଫସି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଭାରତୀୟ ରେଳ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା । ଗତକାଲି ଅର୍ଥାତ ୨୫.୦୫.୨୦୨୦ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟକୁ ୩୨୭୪ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତାୟାତ କରିଛି ।

ଏହିସବୁ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ପ୍ରାୟ ୪୪ ଲକ୍ଷ ଯାତ୍ରୀ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ।

ଅଧିକ ପଢନ୍ତୁ: ଦେଶରେ କରୋନା ସୁସ୍ଥ ହାର ଅଧିକ, ମୃତ୍ୟୁ ହାର କମ୍‌

ଗତକାଲି ପ୍ରାୟ ୨.୮୦ ଲକ୍ଷ ଯାତ୍ରୀଙ୍କୁ ନେଇ ୨୨୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ଯାତ୍ରା ଆରମ୍ଭ କରିଛି । ଆଇଆରସିଟିସି ପକ୍ଷରୁ ପ୍ରବାସୀ ଯାତ୍ରୀଙ୍କୁ ୭୪ ଲକ୍ଷ ମାଗଣା ମିଲ ଓ ୧ କୋଟିରୁ ଊର୍ଦ୍ଧ୍ଵ ପାଣି ବୋତଲ ଯୋଗାଇ ଦିଆଯାଇଛି ।

ଆଜି ଯାତ୍ରା କରୁଥିବା ଟ୍ରେନଗୁଡିକରେ ଆଉ ବିଶେଷ ଭିଡ ପରିଲକ୍ଷିତ ହେଉ ନାହିଁ । ଶ୍ରମିକ ସ୍ପେଶାଲ ଟ୍ରେନ ସହ ରେଳବାଇ ଦିଲ୍ଲୀରୁ ୧୫ ଯୋଡା ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଥିବା ବେଳେ ଆସନ୍ତା ମାସ ପହିଲାରୁ ଆହୁରି ୨୦୦ ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି ।

Leave A Reply

Your email address will not be published.