Latest Odisha News

BREAKING NEWS

ଦେଶରେ କରୋନା ସୁସ୍ଥ ହାର ଅଧିକ, ମୃତ୍ୟୁ ହାର କମ୍‌

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ୁଛି କରୋନା ଜନିତ ସୁସ୍ଥ ହାର । ସେହିପରି କମୁଛି ମୃତ୍ୟୁ ସଂଖ୍ୟା । ଭାରତର କରୋନା ମୃତ୍ୟୁ ହାର ସମଗ୍ର ବିଶ୍ୱରେ ସର୍ବନିମ୍ନ ସ୍ତରରେ ରହିଛି ବୋଳି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।

ସେ କହିଛନ୍ତି, ସାରା ବିଶ୍ବରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପିଛା ୪.୪ ଜଣ କରୋନାରେ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ତାହା ମାତ୍ର ୦.୩ ଜଣ ରହିଛି । ଦେଶରେ ଏପର‌୍ୟ୍ୟନ୍ତ ମୋଟ ୪୧୬୭ ଜଣ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଦେଶର ମୃତ୍ୟୁହାର ୨.୮୭ ପ୍ରତିଶତ ରହିଛି, ଯାହାକି ବିଶ୍ବରେ ସର୍ବନିମ୍ନ ସ୍ତରରେ ରହିଛି । ସେହିପରି ଦେଶରେ ଏପର‌୍ୟ୍ୟନ୍ତ ମୋଟ ୬୦୪୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଫଳରେ ଭାରତର ସୁସ୍ଥ ହାର ୪୧.୬୧ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ଦେଶର କରୋନା ଜନିତ ମୃତ୍ୟୁହାର ଆଶ୍ଚର‌୍ୟ୍ୟଜନକଭାବେ କମ ରହିବା ଏକ ଶୁଭ ସୂଚନା । ତେବେ କେଉଁ କାରଣ ଯୋଗୁଁ ଭାରତରେ ମୃତ୍ୟୁହାର ଅତି କମ ରହୁଛି ତାହା କହିବା କଷ୍ଟକର । କିନ୍ତୁ ଏହା ଆଗକୁ ଜାରିରହିବ ଆଶା କରାଯାଇପାରେ ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ । ଦେଶରେ ଗତ କିଛି ମାସ ହେଲା ପରୀକ୍ଷଣ ମାତ୍ରା ବୃଦ୍ଧି ପାଇଛି । ଏବେ ସାରା ଦେଶରେ ଦୈନିକ ୧.୧ ନମୁନା ପରୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.