Latest Odisha News

BREAKING NEWS

ୟୁକ୍ରେନର ଚର୍ନିହିବ ସହରରେ ଋଷର ସବୁଠାରୁ ବଡ଼ ଏୟାରଷ୍ଟ୍ରାଇକ : ୩୩ ମୃତ

ଦିଲ୍ଲୀ: ବେଲାରୁସ ସୀମାରେ ଦୁଇଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ୱିତୀୟ ଦିନରେ ପଂହଚିଛି । ୟୁକ୍ରେନର ଚର୍ଣ୍ଣିହିବରେ ଋଷ ସବୁଠାରୁ ବଡ ଏୟାରଷ୍ଟ୍ରାଇକ କରିଛନ୍ତି । ଏଥିରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

BjdElectrycity

ଏଭଳି ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଂଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ସ୍କୁଲ ଓ ବହୁତଳ ପ୍ରସାଦ ଧ୍ୱସ୍ତ ହୋଇଯାଇଛି । ଲୋକଙ୍କ ମଧ୍ୟରେ ଏକପ୍ରକାର ହାହାକର ପରିସ୍ଥିତି ଦେଖାଦେଇଛି । ୟୁକ୍ରେନର ରାଜଧାନୀ କିଭରୁ ୧୨୦ କିଲୋମିଟର ଦୂରରେ ରହିଛି ଚର୍ଣିହିବ ସହର ।

ଦେଶର ଉତର ଭାଗରେ ଏହି ସହର ରହିଛି । ଚର୍ଣିହିବର ଗଭର୍ନର ଦାବି କରିଛନ୍ତି, ସହରର ଦୁଇଟି ସ୍କୁଲ ଓ ଅନେକ ଘର ଉପରେ ବି ଋଷ ଆକାଶମାର୍ଗରୁ ଆକ୍ରମଣ କରିଛି ।

Comments are closed, but trackbacks and pingbacks are open.