Latest Odisha News

BREAKING NEWS

ଅନୁଗୁଳରେ ପିକନିକ ବସ ଦୁର୍ଘଟଣାଗ୍ରସ୍ତ, ୩୩ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ନିକଟରେ ମଙ୍ଗଳବାର ରାତିରେ ଏକ ପିକନିକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଏହି ଦୁର୍ଘଟଣାରେ ପାଖାପାଖି ୩୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ମିଳିଥିବା ସୂଚନାଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ଠାକୁରହାଟ ଅଞ୍ଚଳର ପାଖାପାଖି ୬୦ ଜଣ ଲୋକ ମଙ୍ଗଳବାର ରାତିରେ ମଣୀଶିବ ନାମକ ଏକ ଘରୋଇ ବସ ଯୋଗେ ରାଉକେଲାର ଦର୍ଶନୀୟ ସ୍ଥାନ ବେଦବ୍ୟାସ ପରିଭ୍ରମଣରେ ବାହାରିଥିଲେ। ଗୋତିମରା ନିକଟରେ ବସର ଡ୍ରାଇଭର ଜଣଙ୍କ ଏକ ଗାଡିକୁ ଓଭରଟେକ୍ କରୁଥିବା ବେଳେ କୌଣସି କାରଣବଶତଃ ଏକ ଟ୍ରକ୍ ସହ ବସଟିର ମୁହାଁମୁହିଁ ଧକ୍କା ହୋଇଥିଲା।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଅନୁଗୁଳସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିସହିତ ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ଜଣାପଡିଛି ।

“ଏହି ବସ ଦୁର୍ଘଟଣାରେ ପ୍ରାୟ ୩୩ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଆମେ ୫ଜଣ ଆହତଙ୍କୁ ହସ୍ପିଟାଲରେ ଆଡମିଟ୍ କରିଛୁ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅତ୍ୟାବଶ୍ୟକ ସ୍ଥଳେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇପାରେ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଲକ୍ଷ୍ମୀ ନାରାୟଣ ବିଷୋୟୀ ।

ଆହୁରି ମଧ୍ୟ ଜଣେ ଆହତ ଯାତ୍ରୀ ମନୋରଞ୍ଜନ ପାତ୍ର କହିଛନ୍ତି ଯେ, ସମସ୍ତ ୬୦ ଜଣ ଯାତ୍ରୀଙ୍କ ମଧ୍ୟରେ ୨୦ ଜଣ ମହିଳା ଓ ୧୫ ଜଣ ଛୋଟ ପିଲା ରହିଛନ୍ତି ।

Leave A Reply

Your email address will not be published.