Latest Odisha News

BREAKING NEWS

ଭୁବନେଶ୍ୱର: କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱରର ନାକ ଗେଟ୍ ଛକ ନିକଟରେ ବୁଧବାର ଦିନ ଜଣେ ମହିଳା ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଏକ ଅଜଣା ଦ୍ରୁତଗାମୀ କାର୍ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି ।

ମୃତ ମହିଳା ଜଣକଙ୍କ ନାମ ଲାବଣ୍ୟ ସ୍ୱାଇଁ ଏବଂ ତାଙ୍କ ଘର ନିକଟସ୍ଥ ତଳ ବସ୍ତି ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଉତ୍ତେଜିତ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବି କରି କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ସେପଟେ ଘଟଣାସ୍ଥଳରେ ଗାଡ଼ିକୁ ଛାଡ଼ି ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଛଥିବା ନେଇ ଜଣାପଡିଛି।

ତେବେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.