Latest Odisha News

ଦୁଇ ଦିନରେ ରାଜ୍ୟରେ ଟିକା ନେଲେଣି ୩୩ହଜାର ୩୧୫ ଜଣ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ୟ୍ୟାୟ ଟିକାରଣ । ଏବେ ବୟସ୍କ ବ୍ୟକ୍ତଙ୍କୁ ଟିକା ଦିଆଯାଉଛି । ଦୁଇ ଦିନରେ ରାଜ୍ୟରେ ୩୩ହଜାର ୩୧୫ ଜଣ ଟିକା ନେଇଛନ୍ତି । ଗତକାଲି ୬୦ ବର୍ଷରୁ ଅଧିକ ୨୦ହଜାର ୯୫୨ ଜଣଙ୍କର ଟିକା ନେଇଛନ୍ତି । ବହୁବିଧ ରୋଗରେ ପୀଡ଼ିତ ୪୫ରୁ ୫୯ ବର୍ଷ ଭିତରେ ୭୭୪ ଜଣଙ୍କୁ ଦିଆଯାଇଥିଲା କୋଭିଡ୍ ଟିକା । ଗତକାଲି ମୋଟ୍ ୨୧ହଜାର ୭୨୬ ଜଣ ଟିକା ନେଇଥିଲେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ।
india vaccinates nearly 10.5 lakh beneficiaries till 6th day of the nationwide COVID19 vaccination drive
ଗତକାଲି ୬ହଜାର ୩୭ ଜଣ ସ୍ୱାସ୍ଥ୍ୟକର୍ମୀ ନେଇଥିଲେ କୋଭିଡ୍ ଟିକା । ରାଜ୍ୟରେ ୯୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ୮୨ ପ୍ରତିଶତ ଦ୍ୱିତୀୟ ଡୋଜ୍ ନେଇଥିବା ବେଳେ ୭୪ ପ୍ରତିଶତ ଫ୍ରଣ୍ଟ ଲାଇନ୍ କୋଭିଡ୍ ୱାରିୟର ଟିକା ନେଇଛନ୍ତି । କୌଣସି ଜାଗାରୁ ପାର୍ଶ୍ୱ ପ୍ରତିକ୍ରିୟାର ସୂଚନା ଆସି ନାହିଁ ।

ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ତିଆରି ହୋଇଛି ତାହାର ପରୀକ୍ଷଣ କରାଯାଉଛି । ପ୍ରଥମ ଡୋଜ୍ ପରେ କେତେ ଓ ଦ୍ୱିତୀୟ ଡୋଜ ପରେ କେତେ ବଢିଛି ତାହାର ନୀରକ୍ଷଣ କରାଯାଉଛି । ବୁର୍ଲା ଓ କ୍ୟାପିଟାଲ ହସପିଟାଲରେ ଏହି ସର୍ଭେ ଚାଲିଛି । ଏହାଦ୍ୱାରା ଟିକା ମାନବ ଶରୀରରେ କେତେ କାମ କରୁଛି ତାହା ଜଣା ପଡିବ ।
Covid Vaccination Session To Be Held 5 Days In City And 3 Days In CHC
ଏବେ ରାଜ୍ୟରେ ପର୍ୟ୍ୟାପ୍ତ ପରିମାଣର ଟିକା ଅଛି । ମୋଟ ୭ ଲକ୍ଷ ଟିକା ଏବେ ରାଜ୍ୟରେ ଷ୍ଟକ୍ ଅଛି । ବଫର ଷ୍ଟକ୍ ନ କରିବା ପାଇଁ କେନ୍ଦ୍ର କହିଛି । ଷ୍ଟକ୍ ସରିବା ପୂର୍ବରୁ କେନ୍ଦ୍ର ଯୋଗାଇ ଦେବ ବୋଲି କୁହାଯାଇଛି । କରୋନା ଟିକା ଦାନ ପାଇଁ ଭିତ୍ତିଭୂମୀ ଓ ମାନବ ସମ୍ଭଳ ଥିବା ଘରୋଇ ଡାକ୍ତରଖାନା କେବଳ ଟିକାଦାନ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ ।

Leave A Reply

Your email address will not be published.