Latest Odisha News

BREAKING NEWS

ଏହି ଦିନ ରିଲିଜ କରିବ ଟାଇଗର୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ହିରୋପନ୍ଥୀ ୨’

ନୂଆଦିଲ୍ଲୀ: ଟାଇଗର ଶ୍ରଫଙ୍କ ଅଭିନୀତ ଚଳଚ୍ଚିତ୍ର ‘ହିରୋପନ୍ଥୀ ୨’ର ରିଲିଜ ତାରିଖ ପ୍ରକାଶ ପାଇଛି। ଟାଇଗର୍‌ଙ୍କ ୩୧ତମ ଜନ୍ମଦିନ ଅବସସରରେ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ କରିଛନ୍ତି। ଡିସେମ୍ବର ୩ ରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମର ଟାଇଟଲରୁ ସ୍ପଷ୍ଟ ଯେ ‘ହିରୋପନ୍ଥୀ ୨’ହେଉଛି ସାବୀର ଖାନଙ୍କ ନିର୍ଦ୍ଦେଶିତ ଟାଇଗର ୨୦୧୪ରେ ରିଲିଜ କରିଥିବା ଚଳଚ୍ଚିତ୍ର ‘ହିରୋପନ୍ଥୀ ୨’ର ସିକ୍ୱେଲ।

ଟାଇଗର୍‌ଙ୍କ ପ୍ରଶଂସକମାନେ ‘ହିରୋପନ୍ଥୀ ୨’ ପାଇଁ ଉତ୍ସାହିତ ଥିବାବେଳେ ‘ହିରୋପନ୍ଥୀ’ ହିଁ ତାଙ୍କୁ ବକ୍ସ ଅଫିସ୍ ନୂଆ ପରିଚୟ ଆଣିଦେଇଥିଲା।

ଟାଇଗର ଶ୍ରଫ ୨୦୧୪ ରେ ‘ହିରୋପନ୍ଥୀ’ ସହ ବଲିଉଡରେ ଡେବ୍ୟୁ କରିଥିଲେ। ରିଲିଜ୍ ହେବାର ପ୍ରଥମ ସପ୍ତାହରେ ‘ହିରୋପନ୍ଥୀ’ ୩୫.୯୧ କୋଟି ଟଙ୍କା ସଂଗ୍ରହ କରିଥିଲା। ‘ହିରୋପନ୍ଥୀ’ ବିଶ୍ବ୍ୟାପୀ ପ୍ରାୟ ୭୨.୬ ନିୟୁତ ଟଙ୍କା ଆୟ କରିଥିଲା।

Leave A Reply

Your email address will not be published.