କଟକ: କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆରମ୍ଭ ହୋଇଛି ୩୩ ତମ ଜାତୀୟ ଜୁନିଅର ଫେନ୍ସିଙ୍ଗ ଚମ୍ପିୟାନସିପ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୩୨ ଟି ରାଜ୍ୟରୁ ପାଖାପାଖି ୬୦୦ ରୁ ଉର୍ଦ୍ଧ୍ବ ବାଳକ ବାଳିକା ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଓଡିଶା ଫେନ୍ସିଂ ଦଳ ଏହି ଚମ୍ପିୟାନସିପରେ ଭଲ ପଦର୍ଶନ କରିବ ବୋଲି ରାଜ୍ୟ ସଂଘ ଆଶା ରଖିଛି। ରାଜ୍ୟକ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନସିପକୁ ଉଦଘାଟନ କରିଥିଲେ। ଆଗାମୀ ଦିନରେ ଏହି ଖେଳକୁ କିପରି ପ୍ରଚାର ପ୍ରସାର କରାଯିବ ଏହାସହ ତୃଣମୂଳ ସ୍ତରରୁ ଖେଳାଳି ଵାହାରିବେ ସେ ନେଇ ସମସ୍ତ ପଦକ୍ଷେପ ନିଆଯିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି।ସେପଟେ ଓଡିଶା ଖେଳାଳି କହିଛନ୍ତି ଆମ ପିଲା ମାନଙ୍କ ପାଖରେ ଭଲ କ୍ରୀଡା ସରଞ୍ଜାମ ନଥିବା, ଭଲ କୋଚ୍ ଅଭାବ, ଓ ଭିତ୍ତିଭୂମି ଅଭାବ ଥିବାରୁ ଆମେ ଆଗକୁ ଯାଇପାରୁନାହିଁ ବୋଲି କହିଛନ୍ତି।କ୍ରୀଡ଼ା ସଚିବ ସଚିନ ରାମଚନ୍ଦ୍ର ଯାଦବ, ଏଫ୍ଏ ଏଆଇ ସମ୍ପାଦକ ରାଜୀବ ମେହଟା, ଓଡ଼ିଶା ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସ ସାହୁ, ଯୁଗ୍ମସମ୍ପାଦକ ସୁମିତ ପୁରୋହିତ, ଉପସଭାପତି ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ |
BREAKING NEWS
- Katak Violence:କଟକରେ ଦୁଇ ସାହି ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଢେଲାପଥର ମାଡ଼ରେ ଜଣେ ମୃତ,ଅନେକ ଆହତ
- ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ର ଲିଖିତ ପରୀକ୍ଷା ଡିସେମ୍ବର ୨୬ ଓ ୨୭ ରେ ଅନୁଷ୍ଠିତ ହେବ
- ଇରାନର ଧମକ ପରେ ନିଜ ଘର ଛାଡ଼ି ମିଲିଟାରୀ ବେସ୍କୁ ସ୍ଥାନାନ୍ତରିତ ହେଲେ ଟ୍ରମ୍ପଙ୍କ ୫ ହେଭିୱେଟ ମନ୍ତ୍ରୀ
- ୨୩ ବର୍ଷରୁ କମ ବିମଷ୍ଟେକ ଆଥଲେଟିକ୍ସ ମିଟ ୨୦୨୬: ମୋଟ ୪୭ ପଦକ ସହ ଭାରତ ଚାମ୍ପିଅନ୍, ଶ୍ରୀଲଙ୍କା ରନର୍ସ-ଅପ୍
- ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର;ବଢିଲା ଦରମା,୧୦ରୁ ହେଲା…
- ମହିଳା ବନରକ୍ଷୀଙ୍କ ଜୀବନ ହେଲା ଗୋଠଛଡ଼ା ଦନ୍ତା
- ଭୁବନେଶ୍ୱରର ୨ଟି ପ୍ରମୁଖ ରାସ୍ତାରେ ଆରମ୍ଭ ହେବ ପରୀକ୍ଷାମୂଳକ କାର୍ଯ୍ୟକ୍ରମ; ଆମ ବସ୍ ସେବାକୁ ମିଳିବ ପ୍ରାଥମିକତା
- ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମରାହ, କ’ଣ ଛାଡ଼ିଦେବେ ଦଳ?
- ୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି…
- କାର୍ ସହ ଜଳିଗଲେ ବ୍ୟକ୍ତି;ହତ୍ୟା ସନ୍ଦେହ
Comments are closed.