Latest Odisha News

BREAKING NEWS

କାର୍ ସହ ଜଳିଗଲେ ବ୍ୟକ୍ତି;ହତ୍ୟା ସନ୍ଦେହ

ବାରଙ୍ଗ:ବାରଙ୍ଗ ଥାନା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ବେଣ୍ଟୁଆ ଗାଁ ନିକଟରେ ଘଟିଛି ଚାଞ୍ଚଲ୍ୟକର ଘଟଣା । କାର୍ ସହ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ । ଏକ ନିଛାଟିଆ ରାସ୍ତାରେ କାର୍‌ଟି ନିଆଁରେ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗୋଡ଼ିସାହି ଫାଣ୍ଡି, ବାରଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ପରେ କାର୍‌ଟି ସମ୍ପୂର୍ଣ୍ଣ ଛାରଖାର ହୋଇଥିବା ଦେଖିବାକୁ ମିଳିଥିଲା।

ତେବେ ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କ ଦଗ୍ଧ ଶରୀର ମିଳିବା ପରେ ଘଟଣାକୁ ନେଇ ସନ୍ଦେହ ବଢ଼ିଛି । ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ସ୍ପଷ୍ଟ ହୋଇନାହିଁ । କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ଏହାର ନମ୍ବର ପ୍ଲେଟ୍ ମଧ୍ୟ ନଷ୍ଟ ହୋଇଯାଇଛି, ଯାହା ଫଳରେ ଗାଡ଼ିର ମାଲିକଙ୍କୁ ଚିହ୍ନଟ କରିବାରେ ବାଧା ସୃଷ୍ଟି ହୋଇଛି।

ଗାଡ଼ିଟି ଜଳିବା ପରିସ୍ଥିତି ଏବଂ ବ୍ୟକ୍ତିଙ୍କ ମୃତ୍ୟୁ କେମିତି ହେଲା, ତାହା ଏବେ ବଡ଼ ପ୍ରଶ୍ନ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାଞ୍ଚଲ୍ୟ ଓ ଭୟ ସୃଷ୍ଟି କରିଛି। ବାରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.