Latest Odisha News

BREAKING NEWS

Pak terrorists in India: ମୁମ୍ବାଇରେ ୧୪ ଆତଙ୍କବାଦୀ, ସହର ଉଡାଇବାକୁ ଯୋଜନା !

ମୁମ୍ବାଇ: ଚିନ୍ତାରେ ମୁମ୍ବାଇ ସହରବାସୀ। ମୁମ୍ବାଇରେ ପଶିଛନ୍ତି ୧୪ ଆତଙ୍କବାଦୀ। ଗଣେଶପୂଜା ଭସାଣୀ ବେଳେ ଆକ୍ରମଣ କରିବାକୁ ଯୋଜନା। ୪ଶହ କିଲୋ ଆରଡିଏକ୍ସ ୩୪ଟି ଗାଡିରେ ଥିବା ସୂଚନା। ମୁମ୍ବାଇ ପୋଲିସକୁ ଆସିଛି ଆତଙ୍କବାଦୀ ଆସିଥିବା ଖବର। ଅଜଣା ହ୍ୱାଟସଆପରେ ମୁମ୍ବାଇ ପୋଲିସକୁ ମିଳିଛି ସୂଚନା। ଲସ୍କର ଏ ଜିହାଦୀ ଆତଙ୍କବାଦୀ ସଂଗଠନ ନାଁରେ ମ୍ୟାସେଜ ଆସିଛି। ଖବର ମିଳିବା ପରେ ତତ୍ପର ହୋଇଛି ମୁମ୍ବାଇ ପୋଲିସ।

୨୬ /୧୧ ମୁମ୍ବାଇ ଆକ୍ରମଣ ଘଟଣା ମନରୁ ନଲିଭୁଣୁ ପୁଣି ଆତଙ୍କବାଦୀଙ୍କ ଧମକ ଆସିଛି । ହ୍ୱାଟସଆପରେ ଆକ୍ରମଣ କରିବା ପାଇଁ ଧମକ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ପୋଲିସ ପ୍ରଶାସନ ସତର୍କ ହୋଇଯାଇଛି । ୩୪ଟି ଗାଡିରେ ଆତଙ୍କବାଦୀ ବୋମା ରଖିଥିବା କୁହାଯାଇଛି । ଏହା ସହ ସେମାନେ ୪ଶହ କିଲୋ ଆରଡିଏକ୍ସ ଗାଡିରେ ରଖିଛନ୍ତି । ମୁମ୍ବାଇ ପୋଲିସ ହ୍ୱାଟସଆପରେ ଏହି ମ୍ୟାସେଜ ଆସିଛି । ଲସ୍କର ଏ ଜିହାଦୀ ନାଁରେ ଧମକ ଆସିଥିବାରୁ ସମସ୍ତେ ତତ୍ପର ହୋଇଛନ୍ତି ।

ବିଶେଷ କରି ମୁମ୍ବାଇରେ ଚାଲିଥିବା ଗଣେଶ ପୂଜା ଭସାଣୀ ବେଳେ ହମଲା ହେବ ବୋଲି ମ୍ୟାସେଜରେ ଉଲ୍ଲେଖ ରହିଛି । ତେବେ ଆତଙ୍କବାଦୀ କେଉଁ ଗାଡିରେ ଆରଡିଏକ୍ସ ରଖିଛନ୍ତି ଆଉ ଏମାନେ କେଉଁଠି ଲୁଚି ରହିଛନ୍ତି ସେ ବାବଦରେ କିଛି ସୂଚନା ମିଳିନି । ପୂର୍ବରୁ ୨୦୦୮ ମସିହାରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଅନେକ ନିରହ ଲୋକଙ୍କ ଜୀବନ ଯାଇଥିଲା । ୧୦ ଜଣ ଆତଙ୍କବାଦୀ ଏକାବେଳେ ୪ ରୁ ୫ଟି ସ୍ଥାନରେ ଆକ୍ରମଣ କରିଥିଲେ । ରେଲୱେ ଷ୍ଟେସନ, ନରିମନ ହାଉସ, ଲିଓପାଡ କାଫେ ଆଦି ସ୍ଥାନରେ ଅଚାନକ ଗୁଲିବର୍ଷା କରିଥିଲେ ।

୧୦ଜଣଙ୍କ ମଧ୍ୟରୁ ଏକମାତ୍ର କସାବକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ସେତେବେଳେ କସାବ ପାକିସ୍ତାନରୁ ଆସିବା କଥା ମାନିବା ସହ ତାଙ୍କର କଣ କଣ ପ୍ଲାନ ଥିଲା ସେ ବାବଦରେ କହିଥିଲା । ତେବେ ସେତେବେଳର ଆକ୍ରମଣଠାରୁ ଏଥର ଆହୁରି ବଡ ଧରଣର ଆକ୍ରମଣ ହେବ ବୋଲି ଚେତାବନୀ ଦିଆଯାଇଛି । ଅନେକ ସମୟରେ ଏମିତି ଫେକ ମ୍ୟାସେଜ ଆସେ, ହେଲେ ଏଥର ଲସ୍କର ଏ ଜିହାଦୀ ନାଁ ଥିବାରୁ ସମସ୍ତେ ତତ୍ପର ହୋଇଛନ୍ତି ।

ଯେଉଁ ନମ୍ବରରୁ ଏହି ମ୍ୟାସେଜ ଆସିଛି ତାକୁ ଗୁରୁତର ସହ ନିଆଯାଇଛି । ଆଉ ଏହା କେତେଦୂର ସତ ତାହାର ଖୋଳତାଡ ଆରମ୍ଭ ହୋଇଛି । ଗଣେଶ ପୂଜା ଭସାଣି ବେଳେ ବହୁ ମାତ୍ରାରେ ଭକ୍ତଙ୍କ ଭିଡ ହୋଇଥାଏ । ଆଉ ଏହି ସମୟରେ ଆତଙ୍କବାଦୀ ଆକ୍ରମଣ କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ତେବେ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାର ସତ୍ୟତା ବାହାର କରି ପଦକ୍ଷେପ ଗ୍ରହଣ କରୁ ବୋଲି ଦାବି ହୋଇଛି ।

Comments are closed.