ନୂଆଦିଲ୍ଲୀ: କାସପର୍ସ୍କାଏ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୩୪% ଭାରତୀୟ ଡେଟିଂ ଆପ୍ ବ୍ୟବହାର କରନ୍ତି ନାହିଁ। କାରଣ ସେମାନେ କୌଣସି ଠକାମିର ଶିକାର ବା ପ୍ରତାରିତ ହେବା ଭୟରେ ଏହି ଆପ୍ଠାରୁ ଦୂରେଇ ରହିଥାନ୍ତି।
୪୩% ଲୋକ ଏହା ମଧ୍ୟ କହିଛନ୍ତି ଯେ ସେମାନେ ଡେଟିଂ ଆପ୍ ଉପରେ ଲୋକଙ୍କୁ ବିଶ୍ବାସ କରନ୍ତି ନାହିଁ। ସେଥିମଧ୍ୟରୁ ୨୭%ଙ୍କ କହିବା କଥା ଯେ ସେମାନେ ପ୍ରକୃତରେ ସାଇବର ଅପରାଧୀଙ୍କ ଟାର୍ଗେଟର ଶିକାର ହୋଇଛନ୍ତି। ଏହାମଧ୍ୟରୁ ୩୬% ମତ ରଖିଛନ୍ତି ଯେ ବିଭିନ୍ନ ପ୍ରକାରର ସ୍କାମ ଯୋଗୁ ଡେଟିଂ ଆପ୍ ବ୍ୟବହାରକୁ ପସନ୍ଦ କରନ୍ତି ନାହିଁ।
କାସପର୍ସ୍କାଏରେ ଦର୍ଶାଯାଇଛି ଯେ ସ୍କାମରମାନେ ଏହି ଡେଟିଂ ପ୍ଲାଟଫର୍ମ ପ୍ରତି ଆଗ୍ରହ ଦେଖାନ୍ତି କାରଣ ସେମାନେ ଜାଣନ୍ତି ଯେ ଏହି ପ୍ଲାଟଫର୍ମରେ ଲୋକମାନେ ଏକ ବ୍ୟକ୍ତିଗତ ସଂଯୋଗ ଖୋଜୁଛନ୍ତି ଏବଂ ଯାହାଦ୍ବାରା ସେମାନଙ୍କୁ ଶୋଷଣ କରାଯାଇପାରିବ।
ପ୍ରାୟ ୪୨% ଯେଉଁମାନେ ଏହି ସ୍କାମରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।
Comments are closed.