Latest Odisha News

BREAKING NEWS

ରାଜ୍ୟର ୨ଟି ସ୍କୁଲରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପିଲାଙ୍କୁ ସଂକ୍ରମଣ ବଢୁଛି । ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରାଜ୍ୟରେ ୨ଟି ସ୍କୁଲରୁ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନା ଓ ବରଗଡ଼ ଜିଲ୍ଲାର ଦୁଇଟି ସ୍କୁଲର ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଅନୁଧ୍ୟାନ କରାଯାଉଛି । ଢେଙ୍କାନାଳ ସିଡିଏମ୍ଓଙ୍କ ସହ ଯୋଗାଯୋଗରେ ଅଛୁ । ବାସ୍ତବ ସ୍ଥିତି ଜାଣିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ସଂକ୍ରମିତ ଚିହ୍ନଟ ପରେ ଢେଙ୍କାନାଳ ଜିଲ୍ଲା କାନପୁରା ପଞ୍ଚାୟତିରାଜ ହାଇସ୍କୁଲକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ ୨୦ ୧୪ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ଅଛନ୍ତି । ୩୪୪ଟି ନମୁନା ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.