Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେବାର ୧୪୦ ଦିନ ପରେ ଡାକ୍ତରଙ୍କ ମୃତ୍ୟୁ

ଲକ୍ଷ୍ନ‌ୌ: କରୋନାରୁ ସୁସ୍ଥ ହେବାର ୧୪୦ ଦିନ ପରେ ଅର୍ଥତ୍ ପୋଷ୍ଟ କୋଭିଡରେ ଲକ୍ଷ୍ନ‌ୌର ଜଣେ ଡାକ୍ତରଙ୍କର ମୃତ୍ୟୁ ଘଟିଛି।

ଲକ୍ଷ୍ନ‌ୌର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ର ଜଣେ ୩୧ ବର୍ଷିୟା ଡାକ୍ତର ଶାରଦା ସୁମନଙ୍କ ରବିବାର ରାତିରେ ହାଇଦ୍ରାବାଦର କିମ୍‌ସଠାରେ ଦେହାନ୍ତ ହୋଇଛି।

ସେ ଏପ୍ରିଲରେ ଦ୍ୱିତୀୟ ତରଙ୍ଗ ସମୟରେ ଡ୍ୟୁଟିରେ ଥିବାବେଳେ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ଏଥିରେ ତାଙ୍କ ଫୁସଫୁସ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ସେପ୍ଟେମ୍ବର ୫ ରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୧୪୦ ଦିନ ଭେଣ୍ଟିଲେଟର ସହାୟତାରେ ଥିଲେ।

ଡକ୍ଟର ଶାରଦା ସୁମନ ଫୁସଫୁସ ପ୍ରତିରୋପଣକୁ ଅପେକ୍ଷା କରିଥିଲେ କିନ୍ତୁ ଅର୍ଥ ଅଭାବ ହେତୁ ତାହା ସମ୍ଭବ ହୋଇପାରିନଥିଲା।

ତାଙ୍କର ସ୍ୱାମୀ ଏବଂ ଗୋଟିଏ ପାଞ୍ଚ ମାସର ଶିଶୁ କନ୍ୟା ଅଛନ୍ତି। ଡା. ଶାରଦା ସୁମନ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ। କରୋନା ସଂକ୍ରମିତ ହୋଇଥିବା ବେଳେ ସେ ଆଠ ମାସ ଗର୍ଭବତୀ ଥିଲେ।

ଚିକିତ୍ସା ସତ୍ତ୍ବେ ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା। ଧୀରେ ଧୀରେ ତାଙ୍କ ଫୁସଫୁସର ଅବସ୍ଥା ଖରାପ ହୋଇଯାଇଥିଲା।

Leave A Reply

Your email address will not be published.