ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା ସଂକ୍ରମଣ। ଏମିତିକି ସଂକ୍ରମିତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୮୬ ହଜାର ୪୫୨ ନୂଆ ଆକ୍ରାନ୍ତ ।
ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ସଂକ୍ରମଣ ସହ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ବି ତିନି ହଜାର ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୩ ହଜାର ୪୯୮ ଆକ୍ରାନ୍ତ।
India reports 3,86,452 new #COVID19 cases, 3498 deaths and 2,97,540 discharges in the last 24 hours, as per Union Health Ministry
Total cases: 1,87,62,976
Total recoveries: 1,53,84,418
Death toll: 2,08,330
Active cases: 31,70,228Total vaccination: 15,22,45,179 pic.twitter.com/mRsifO2IMP
— ANI (@ANI) April 30, 2021
ଦେଶରେ କରୋନା ଆକ୍ରାନ୍ତାଙ୍କ ମୋଟ୍ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ ହଜାର ୯୭୬କୁ ବୃଦ୍ଧି ପାଇଛି । ସେହିପରି ମୋଟ୍ ମୃତ୍ୟୁ ସଂଖ୍ୟା ରହିଛି ୨ ଲକ୍ଷ ୦୮ ହଜାର ୩୩୦। ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ ଆକ୍ରାନ୍ତ । ଏବେ ଦେଶରେ ୩୧ ଲକ୍ଷ ୭୦ ହଜାର ୨୨୮ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.