ଭୁବନେଶ୍ୱର: ରାଜ୍ୟରେ ଲମ୍ବା ଲମ୍ଫ ମାରୁଛି କରୋନା । ଯଦିଓ ଏବେ ଫ୍ଲାଟିନିଂ ସ୍ଥିତିରେ ରହିଛି । କେବେ ଉପରକୁ ଉଠୁଛି ତ କେବେ ତଳକୁ ଖସୁଛି । ତଥାପି ଉଦବେଗଜନକ ପରିସ୍ଥିତି ସୃଷ୍ଟି କରିଛି କରୋନା । ଆକ୍ଟିଭ୍ କେସ୍ ସଂଖ୍ୟା ୬୧ ହଜାର ପାର କରିଛି । ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ଦୈନିକ ସଂକ୍ରମଣ ଓ ଆକ୍ଟିଭ୍ କେସ ତାଲିକାର ଶ୍ରେଷ୍ଠ ତିନିଟି ଜିଲ୍ଲା । ଏହି ତିନିଟି ଜିଲ୍ଲାରେ ଏବେ ମୋଟ୍ ୨୧ହଜାର ୧୭୬ ଆକ୍ଟିଭ୍ କେସ୍ ରହିଛି । ଯାହାକି ରାଜ୍ୟର ସକ୍ରିୟ ମାମଲାର ୩୪.୩୨ ପ୍ରତିଶତ । ଏବେ ରାଜ୍ୟରେ ଅଛି ୬୧ହଜାର ୬୯୮ଟି ଆକ୍ଟିଭ୍ କେସ୍ ।
ଏହି ତିନିଟି ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆଉ ୮ଟି ଜିଲ୍ଲା ସଂକ୍ରମଣରେ ରାଜ୍ୟ ପାଇଁ ଟେନସନ୍ । ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବି ମାଡୁଛି ମହାମାରୀ । ଏହି ୭ଟି ଜିଲ୍ଲା ରେଡ୍ ଜୋନରେ ଅଛି । ଏସବୁ ଜିଲ୍ଲାରେ ଏବେ ୧୯ହଜାର ୪୮୧ଟି ଆକ୍ଟିଭ୍ କେସ୍ ରହିଛି । ଯାହାକି ରାଜ୍ୟର ମୋଟ୍ ଆକ୍ଟିଭ୍ କେସର ୩୧.୫୭ ପ୍ରତିଶତ । ଅର୍ଥାତ ୧୦ଟି ଜିଲ୍ଲାରେ ଏବେ ୬୫ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ କେବଳ ୨ହଜାର ୭୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମ ଓଡ଼ିଶାରେ ୭ଜିଲ୍ଲାରୁ ବାହାରିଛନ୍ତି ୨ହଜାର ୫୭୦ ନୂଆ ଆକ୍ରାନ୍ତ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବାରୁ ସେସବୁ ଜିଲ୍ଲାରେ ବଢୁଛି ପଜିଟିଭ୍ କେସ୍ । ଖୋର୍ଦ୍ଧା ଓ କଟକରୁ ରାଜ୍ୟ ବାହାରୁ ଅଧିକ ଲୋକ ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।
BREAKING NEWS
- ରାସନ ସାମଗ୍ରୀ ଆଣିବାକୁ ଯାଇ ଭାସିଗଲେ ବୃଦ୍ଧ
- Women Mountaineers: ୨୦,୧୦୦ ଫୁଟ ଉଚ୍ଚରେ ତ୍ରିରଙ୍ଗା, ମାଉଣ୍ଟ ୟୁନାମ ଚଢ଼ି ଇତିହାସ ରଚିଲେ ଓଡ଼ିଶାର ୧୧ ଯୁବତୀ
- Saura Art: ସଉରା କଳାକୁ ଆଧୁନିକ ରୂପ, ଝାରସୁଗୁଡ଼ାର ୬୦ରୁ ଅଧିକ ମହିଳା କାରିଗରଙ୍କୁ ପ୍ରଶିକ୍ଷଣ
- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
- Strait of Hormuz: ବଢିଲା ଇରାନ ସହ ଟଣାଓଟରା, ମ୍ୟାପ୍ ଜାରି କରି ହର୍ମୁଜ୍କୁ ‘ଆମେରିକାର ନୂଆ ଅଞ୍ଚଳ’ କହିଲେ ଟ୍ରମ୍ପ୍
- MMDR Controversy: ଖଣି ଅଧିକାରକୁ ନେଇ ତାତିଲା ଓଡ଼ିଶା ରାଜନୀତି; ‘ଡାର୍କ ଆକ୍ଟ’ କହିଲା କଂଗ୍ରେସ, ଜାଣନ୍ତୁ କ’ଣ କହିଲେ ବାଚସ୍ପତି?
- Odisha Rain Alert: ପୁଣି ମାଡି ଆସୁଛି ଆଉ ଏକ ଲଘୁଚାପ…ଆଜିଠୁ ପ୍ରବଳ ବର୍ଷିବ! ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…
- Japan Earthquake: ଟୋକିଓକୁ ଜୋରଦାର ଝଟକା, ୫.୯ ତୀବ୍ରତାର ଭୂକମ୍ପ, ୫ ଆହତ
- BJP’s New Team: ନିତିନ ନବୀନଙ୍କ ନୂଆ ଟିମକୁ ଭେଟିଲେ ପିଏମ୍ ମୋଦୀ, ଜାଣନ୍ତୁ କ’ଣ ଦେଲେ ମୂଳମନ୍ତ୍ର?
- Odisha Parab: ବାରଣାସୀରେ ‘ଓଡ଼ିଶା ପରବ’: ପାରମ୍ପରିକ ଲୋକକଳା, ହସ୍ତଶିଳ୍ପ ଓ ଓଡିଆ ସ୍ୱାଦରେ ଝଲସୁଛି ଓଡିଶା ସଂସ୍କୃତି

Comments are closed.