Latest Odisha News

BREAKING NEWS

ବର୍ଷା ପାଣି ଘରେ ପଶିଲା, ପାଣିରେ ବୁଡ଼ି ୩୫ ଦିନର ଶିଶୁ ମୃତ୍ୟୁ

ଖୋର୍ଧା: ଲଗାଣ ବର୍ଷାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖୋର୍ଧାରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ପାଣି ଘରେ ପଶିଯାଇଥିବା ବେଳେ ଶୋଇଥିବା ବେଳେ ପାଣିରେ ବୁଡ଼ି ୩୫ ଦିନର ଶିଶୁର ଅକାଳ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ।  ବାଲୁଗାଁ ଏନଏସି ସୂର୍ଯ୍ୟନଗର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିବା ମହିଳା ପ୍ରୀତି ନାୟକ ତାଙ୍କର ୩୫ ଦିନର ଶିଶୁପୁତ୍ର କୁଳମଣି ନାୟକଙ୍କ ସହ ଗତକାଲି ରାତିରେ ଶୋଇଥିବାବେଳେ ଲଗାଣ ବର୍ଷା ଲାଗି ଘରେ ବର୍ଷାପାଣି ପ୍ରବେଶ କରି ଫୁଟେ  ପାଣି ଜମିଥିଲା। ତେବେ ରାତିରେ ଶିଶୁ ପୁତ୍ର ଟି କଡ ଲେଉଟି ତଳେ ପଡିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ପ୍ରୀତିଙ୍କ ନିଦ ଭାଙ୍ଗିବାରୁ ତାଙ୍କ ଶିଶୁ ପୁତ୍ରଙ୍କ ମୃତ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ବାଲୁଗାଁ ଥାନାରେ ଏକ ଲିଖିତ ଅଭିଯୋଗ ହେବାରୁ ପୋଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Leave A Reply

Your email address will not be published.