Latest Odisha News

ଦିଲ୍ଲୀ ଏମସର ୩୫ ଜଣ ଡାକ୍ତରଙ୍କୁ କରୋନା

ନୂଆଦିଲ୍ଲୀ : ଦେଶରେ ଦୃତ ଗତିରେ ବ୍ୟାପୁଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଲାଣି । ଦେଶରେ କରୋନା ଦିନକୁ ଦିନ ଭୟାବହ ରୂପ ନେଉଥିବା ବେଳେ, ମହାମାରୀ କବଳରେ କରୋନା ଯୋଦ୍ଧା । ସାର୍ ଗଙ୍ଗାରାମ, କେଜିଏମୟୁ ହସ୍ପିଟାଲ ପରେ ଏବେ ଦିଲ୍ଲୀ ଏମସର ୩୫ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀ ଏମସର ପୂର୍ବରୁ ଗତକାଲି ସାର୍‌ ଗଙ୍ଗା ରାମ୍‌ ହସପିଟାଲର ୩୭ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ସମସ୍ତ ଡାକ୍ତର କରୋନା ଭ୍ୟାକସିନ୍‌ର ଦୁଇଟି ଡୋଜ୍ ନେଇ ସାରିଥିଲେ । ପଜିଟିଭ୍ ଚିହ୍ନଟ ହୋଇଥିବା ୩୭ ଜଣଙ୍କ ମଧ୍ୟରୁ ୩୨ ଜଣ ହୋମ୍‌ ଆଇସୋଲେସନ୍‌ରେ ଥିବାବେଳେ, ବାକି ପାଞ୍ଚ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏବେ ଦିଲ୍ଲୀ ଏମସରେ ୩୫ ଜଣ ଡାକ୍ତର କରୋନା ପଜିଟିଭ୍ ହେବା ସରକାରଙ୍କୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.