Latest Odisha News

BREAKING NEWS

୩ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଜବତ, ଚୋରା ଚାଲାଣ ବେଳେ ୪ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗ ୩ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛି । ଏହାସହ କାଠ ଚୋରା ଚାଲାଣ କରୁଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । 

ଗୁଇନ୍ଦା ସୂଚନା ଅନୁସାରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଏକ ଟିମ ଗଠନ କରି କାମାଲିଗୁଡା ଗାଁ ନିକଟରେ ନାଇଟ ପେଟ୍ରୋଲିଂ ଆରମ୍ଭ କରିଥିଲେ । ଏହି ସମୟରେ କାମାଲିଗୁଡା ଗାଁରୁ ଏମ୍‌ଭି-24 ଗାଁକୁ ଦୁଇଟି ଟ୍ରାକ୍ଟର ଯିବା ସମୟରେ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୧୧୬ଟି ଶାଗୁଆନ ଓ ପିଆଶାଳ କାଠ ବାହାରିଥିଲା । ଏହାପରେ ଜବତ କାଠକୁ ମାଲକାନଗିରି ରେଞ୍ଜ ଅଫିସକୁ ଅଣାଯାଇଥିଲା । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ରେଞ୍ଜର କହିଛନ୍ତି ।

Leave A Reply

Your email address will not be published.