Latest Odisha News

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ଗଲା ଆଉ ୩୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଏବେ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ଲଗାମ । ବଢୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ଆଉ ୩୫ ଜଣଙ୍କର ଜୀବନ ନେଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ଜୀବନ ଯାଇଛି । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଆଉ ୪ ଜଣ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୩ ଜଣ ଲେଖାଏ ଆକ୍ରାନ୍ତ ଆକି ବୁଜିଛନ୍ତି ।

ସେହିପରି କୋରାପୁଟ, ଜଗତସିଂହପୁର ଓ ବୌଦ୍ଧ ଜିଲ୍ଲାରୁ ମହାମାରୀରେ ଆଉ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି । କଟକ, ମାଲକାନଗିରି, ସମ୍ୱଲପୁର, ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ଜଣେ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୬ଶହ ୮୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.