ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ୨ ଲକ୍ଷ ତଳେ ରହୁଛି ଦୈନିକ ସଂକ୍ରମଣ । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ ସଂଖ୍ୟା ବି ଦ୍ରୁତ କମିବାରେ ଲାଗିଛି । ଦୈନିକ ପଜିଟିଭିଟି ରେଟ୍ କ୍ରମାଗତ ପଞ୍ଚମ ଦିନରେ ୧୦ ପ୍ରତିଶତ ତଳେ ରହିଛି ।
ସୁସ୍ଥହାର ୯୦%
ଗତ ୨୪ ଘଣ୍ଟାରେ ଦେଶରେ ୨୦ଲକ୍ଷ ୮୦ ହଜାର ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୭୪ ହଜାର ନୂଆ ଆକ୍ରାନ୍ତ । ଯାହାକି ଗତ ୪୬ ଦିନର ସବୁଠୁ କମ୍ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୮୪ହଜାର ୬୦୧ । ମୋଟ୍ ସୁସ୍ଥ ହାର ୯୦.୮୦ ପ୍ରତିଶତକୁ ବୃଦ୍ଧି ପାଇଛି । ଖସୁଛି କରୋନା ଆକ୍ଟିଭ କେସ୍ । ଗତ ୨୪ ଘଣ୍ଟାରେ ଆକ୍ଟିଭ୍ କେସ୍ ସଂଖ୍ୟାରେ ୧ଲକ୍ଷ ୧୪ହଜାର ୪୨୮ ହ୍ରାସ ପାଇଛି । ଏବେ ଦେଶରେ ୨୨ଲକ୍ଷ ୨୮ହଜାର ୭୨୪ଟି ସକ୍ରିୟ ମାମଲା ରହିଛି ।
୧୦% ତଳେ ପଜିଟିଭ୍ ହାର
ଦୈନିକ ପଜିଟିଭିଟି ରେଟ୍ ବି ଖସୁଛ । ଗତ ପାଞ୍ଚ ଦିନ ହେବ ଦେଶରେ ପଜିଟିଭ୍ ହାର ୧୦ ପ୍ରତିଶତ ତଳେ ରହୁଛି । ଗତ ୨୪ ଘଣ୍ଟାରେ ପଜିଟିଭ୍ ହାର ରହିଛି ୮.୩୬% । ସାପ୍ତାହିତ ପଜିଟିଭିଟି ରେଟ୍ ରହିଛି ୯.୮୪% ।
ଦୈନିକ ୩ହଜାର ଆକ୍ରାନ୍ତଙ୍କ ମୃତ୍ୟୁ
ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ଏବେ ବି ୩ହଜାର ଉପରେ ରହୁଛି । ଗତ ୩୨ ଦିନ ହେବ କରୋନାରେ ଦେଶରୁ ପ୍ରତିଦିନ ୩ ହଜାରରୁ ଅଧିକ ଜୀବନ ଯାଉଛି । ଶେଷ ଥର ଏପ୍ରିଲ ୨୬ ତାରିଖରେ ୨ହଜାର ୭୬୬ ଆକ୍ରାନ୍ତ ପ୍ରାଣ ହରାଇଥିଲେ ।
BREAKING NEWS
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ

Comments are closed.