ଖୋର୍ଦ୍ଧା:ଖୋର୍ଦ୍ଧା ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟର ୩୫ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ । ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଯାଏଁ ୩୫ ଜଣ ଛାତ୍ରଙ୍କୁ ଜଣ୍ଡିସ୍ । ରବିବାର ସେମାନଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି ।
ସୂଚନାଥାଉକି, ଆଜି ହଠାତ ଅପରାହ୍ନ ୧୦ଜଣ ଛାତ୍ର ଭୀଷଣ ଥଣ୍ଡା ଜ୍ବରରେ ପୀଡିତ ଛାତ୍ରଙ୍କୁ ମେଡିକାଲ ନିଆଯାଇଥିଲା। ଟେଷ୍ଟ ପରେ ତାଙ୍କ ଦେହରେ ଜଣ୍ଡିସ ପ୍ରଥମ ଲକ୍ଷଣ ଚିହ୍ନଟ ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ଯାଳୟ ଉପାଧ୍ୟକ୍ଷ ଏନ ସି ଚକ୍ର ସୂଚନା ଦେଇଛନ୍ତି ।
ଆସନ୍ତାକାଲି ସମସ୍ତ ଛାତ୍ରୀଛାତ୍ର ମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯିବ। କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପଠାଯିବା ବ୍ଯବସ୍ଥା କରାଯିବ । କେବଳ ଫୁଠା ପାଣି ପିଇବେ। ଅନ୍ଯର ବୋତଲ, ଥାଳି ବ୍ଯବହାର କରିବେ ନାହିଁ, ଏ ଦିଗରେ ବ୍ଯାପକ ସଚେତନ କରାଯିବ ବୋଲି କହିଛନ୍ତି ବିଦ୍ଯାଳୟ ଉପାଧ୍ୟକ୍ଷ ।