Latest Odisha News

ଚୀନ ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩୬ ମୃତ ଓ ୨ ନିଖୋଜ

ବେଜିଂ: ଚୀନର ଏକ ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡରେ ୨ ଜଣ ଆହତ ହୋଇଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି । ହେନନ ଅଞ୍ଚଳରେ ଥିବା ଏହି ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି ।

ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ସୁରକ୍ଷାକର୍ମୀ, ଜରୁରୀକାଳୀନ ଟିମ୍, ସ୍ଥାନୀୟ  ପ୍ରଶାସନିକ ଅଧିକାରୀ ଓ ବିଦ୍ୟୁତ୍ ଯୋଗାଣ ଅଧିକାରୀ ପହଞ୍ଚି ସ୍ଥିତିକୁ କିପରି ଆୟତ୍ତ କରାଯିବା, ତାହା ତଦାରଖ କରିଥିଲେ । ସନ୍ଧ୍ୟା ପ୍ରାୟ ୫ଟାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ରାତି ୧୧ଟାରେ ନିଆଁକୁ ପୂରା ଆୟତ୍ତ କରାଯାଇଥିଲା ।

୬୦ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଏଥିପାଇଁ ୪ ଘଣ୍ଟା ସମୟ ଲାଗିଥିଲା । ତେବେ କେତେ ଜଣଙ୍କୁ ସନ୍ଦେହରେ ରଖି ଜେରା କରାଯାଉଥିବା ପୋଲିସ କହିଛି । ଦୁର୍ବଳ ନିରାପତ୍ତା ମାନଦଣ୍ଡ ପାଇଁ ଚୀନର ବିଭିନ୍ନ ଫ୍ୟାକ୍ଟ୍ରିରେ ଏଭଳି ଅଗ୍ନିକାଣ୍ଡ ଘଟୁଛି । ଜୁନ ମାସରେ ସାଂଘାଇ ସହରରେ ଏକ ରାସାୟନିକ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମାର୍ଚ୍ଚ ୨୦୧୯ରେ ୟାନଚେଙ୍ଗସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ହୋଇ ୭୮ଜଣଙ୍କ ପ୍ରାଣହାନୀ ହୋଇଥିଲା । ୪ ବର୍ଷ ପୂର୍ବରୁ ତିଆଞ୍ଜିନସ୍ଥିତ କେମିକାଲ ଫ୍ୟାକ୍ଟ୍ରିରେ ଏପରି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୬୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

 

Leave A Reply

Your email address will not be published.