Latest Odisha News

BREAKING NEWS

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଚାଲିଗଲା ୬ ରୋଗୀଙ୍କ ଦୃଷ୍ଟି ଶକ୍ତି

କାନପୁର: ମୋତିଆବିନ୍ଦୁ ଅପରେସନ୍ ପରେ ଚାଲିଗଲା ଦୃଷ୍ଟି ଶକ୍ତି । ଜଣେକି ଦୁଇ ଜଣ ନୁହେଁ ମୋତିଆବିନ୍ଦୁ ଅପରେସନ୍ ପରେ ୬ ଜଣ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଉତ୍ତରପ୍ରଦେଶ କାନପୁରରେ ଘଟିଛି ଏଭଳି ଘଟଣା । ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

BjdElectrycity

ସୂଚନା ପ୍ରକାରେ, କାନପୁରର ଏକ ନର୍ସିଂ ହୋମରେ ଚକ୍ଷୁ ଚିକିତ୍ସା ଶିବିରରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରା ଯାଇଥିଲା । ଅପରେସନ୍ ପରେ ରୋଗୀଙ୍କ ଆଖି ଆହୁରି ଖରାପ ହେବାକୁ ଲାଗିଥିଲା । ଏବେ ସେମାନେ ଆଉ ଦେଖି ପାରୁ ନାହାଁନ୍ତି । କିଛିଦିନ ନର୍ସିଂ ହୋମକୁ ବାରମ୍ବାର ଦୌଡ଼ିବା ପରେ ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ରୋଗୀ ।

ନଭେମ୍ବର ୨ ତାରିଖରେ ଆୟୋଜିତ ଚକ୍ଷୁ ପରୀକ୍ଷା ଶିବିର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅନୁମତି କ୍ରମ ଡିବିସିଏସ୍ ଯୋଜନାରେ ହୋଇଥିଲା । ଅପରେସନ୍ ପରେ ସେହିଦିନ ହସ୍ପିଟାଲରୁ ସମସ୍ତଙ୍କୁ ଡିସଚାର୍ଜ କରାଯାଇଥିଲା । ଅପରେସନ୍ ପରେ ରୋଗୀ ଆଖିରେ ଯନ୍ତ୍ରଣା ଅନୁଭବ କରିବା ସହ ଦୃଷ୍ଟି ଶକ୍ତି ଚାଲି ଯାଇଥିଲା ।

ଆଉ ଯେତେବେଳେ ରୋଗୀ ଏନେଇ ଅଭିଯୋଗ କଲେ ତ ନର୍ସିଂ ହୋମ୍ କର୍ତ୍ତୃପକ୍ଷ କିଛି ଔଷଧ ଦେଇ ଫେରାଇ ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଦନ୍ତ ନିର୍ଦ୍ଦେଶ ଦେଇ କମିଟି ଗଠନ କରିଛି ।

Leave A Reply

Your email address will not be published.