Latest Odisha News

ବଡ଼ଧରଣର ଏନକାଉଣ୍ଟର: ୩୬ ମାଓବାଦୀ ନିହତ

ଦାନ୍ତେୱାଡା: ଓଡ଼ିଶା ସିମାନ୍ତ ଛତିଶଗଡ଼ ଦାନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୩୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ସମସ୍ତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଉକ୍ତ ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି ।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଦାନ୍ତେୱାଡ଼ା-ନାରାୟଣପୁର ଜିଲ୍ଳା ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୁତ୍ରରୁ ସୂଚନା ମିଳିଥିଲା । ଏନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା ।

ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବ ରେ ସୁରକ୍ଷାକର୍ମୀ ମଧ୍ୟ ଆଖି ବୁଜା ଗୁଳି ଚାଳନା କରିଥିଲେ । ହେଲେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୩୬ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସବୁଠୁ ଭଲ କଥା ହେଉଛି ଏହି ଏନକାଉଣ୍ଟରରେ ଜଣେ ହେଲେ ବି ସୁରକ୍ଷାକର୍ମୀ ଆହତ ହୋଇ ନାହାନ୍ତି । ଏବେବି ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.