Latest Odisha News

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୬୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।

ଖୋର୍ଦ୍ଧାରୁ ୧୦୩୭, ପୁରୀରୁ ୪୧୫, କଟକରୁ ୨୯୯, ବଲାଙ୍ଗୀରରୁ ୧୪୦, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁରରୁ ୧୦୪, ସୋନପୁରରୁ ୧୦୦, ବରଗଡରୁ ୮୪, କେନ୍ଦ୍ରାପଡାରୁ ୮୪, ଝାରସୁଗୁଡାରୁ ୮୨, ରାୟଗଡାରୁ ୮୦, ଗଞ୍ଜାମରୁ ୭୫, କୋରାପୁଟରୁ ୭୫, ସମ୍ବଲପୁରରୁ ୭୧, ନୟାଗଡ଼ରୁ ୫୫, ଭଦ୍ରକରୁ ୫୪, ନୂଆପଡ଼ାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେଓଗଡରୁ ୧୮, କନ୍ଧମାଳରୁ ୧୬ ଓ ଅନୁଗୁଳରୁ ୧୨।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୩୩,୪୬୬ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.