Latest Odisha News

BREAKING NEWS

ନୂତନ ଚାଷ ବିଲକୁ ଅକାଳୀ ଦଳର ବିରୋଧ, ଇସ୍ତଫା ଦେଲେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ

ନୂଆଦିଲ୍ଲୀ: ନୂତନ ଚାଷ ବିଲକୁ ନେଇ ବିଜେପି ଅଡୁଆରେ ପଡିଛି । ଏହି ବିଲକୁ ସହଯୋଗୀ ଶିରୋମଣୀ ଅକାଳୀ ଦଳ ବିରୋଧ କରିଛି । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏହି ବିଲକୁ ଆକଳୀ ଦଳ ସମର୍ଥନ କରୁଥିଲେ ମଧ୍ୟ ପଞ୍ଜାବ ଓ ହରିୟାଣାରେ ଏହାକୁ ବିରୋଧ କରାଯାଉଥିବାରୁ ସେମାନେ ରାଜନୈତିକ ଦୃଷ୍ଟିକୋଣରୁ ଚାଷୀଙ୍କ ସମର୍ଥନରେ ରହିଛନ୍ତି । ତେବେ ଅକାଳୀ ଦଳ କେନ୍ଦ୍ର ସରକାରଙ୍କୁ ସମର୍ଥନ ଜାରୀ ରଖିବେ ।

କେବଳ ଚାଷ ଓ ଚାଷୀ ବିରୋଧୀ ସରକାରୀ ନିଷ୍ପତିକୁ ଦଳ ବିରୋଧ କରିବ ବୋଲି କୌର କହିଛନ୍ତି । ଏହା ଦ୍ୱାରା ଚାଷୀମାନେ ପ୍ରବଳ କ୍ଷତିର ସମ୍ମୁଖୀନ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଚାଷୀଙ୍କ ସମସ୍ୟା ସମାଧାନ କରିବା ପରେ ଏହି ବିଲକୁ ପାସ୍ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି ହରସିମରତଙ୍କ ସ୍ୱାମୀ ସୁଖବୀର ସିଂ ବାଦଲ କହିଛନ୍ତି ।

Leave A Reply

Your email address will not be published.