Latest Odisha News

BREAKING NEWS

ଭୁବନେଶ୍ୱରରୁ ଆଜି ଆଉ ୩୬୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ବାହାରିଛନ୍ତି ପଜିଟିଭ । ଭୁବନେଶ୍ୱର ମହାନଗର ନିଗମରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୬ ଜଣ ରହିଥିବା ବେଳେ ୨୮୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୯୫ରେ ପହଞ୍ଚିଛି ।

ଆଜି ଭୁବନେଶ୍ୱରର ସଂଗରୋଧରୁ ଚିହ୍ନଟ ସମସ୍ତ ୭୬ ଜଣ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ଏକ ଘରୋଇ ହସ୍ପିଟାଲରୁ ୧୦ ଜଣ, ଖଣ୍ଡଗିରିରୁ ୭ ଜଣ, ଅନ୍ୟ ଜିଲ୍ଲାରୁ ୬ ଜଣ, ନୟାପଲ୍ଲୀରୁ ୬ ଜଣ କରୋନା ଆକ୍ରାନ୍ତ ଅଛନ୍ତି ।

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲରୁ ୧୮ ଜଣ ଅଛନ୍ତି । ସେହିପରି ଜଣ ୨ ପୁଲିସ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ନୟାପଲ୍ଲୀରୁ ୧୩ ଜଣ, ବରମୁଣ୍ଡାରୁ ୮ ଜଣ, ପଟିଆ ରେଳ ଷ୍ଟେସନ ନିକଟରୁ ୮ ଜଣ, ସୁନ୍ଦରପଦାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୫୨୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୬୯୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୪ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.