Latest Odisha News

BREAKING NEWS

ସୁଜୈନ ଖାଁଙ୍କ ପୋଷ୍ଟକୁ ହ୍ରିତିକଙ୍କ ପ୍ରଶଂସା

ମୁମ୍ବାଇ:ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାଁ ସୋସିଆଲ ସାଇଟରେ କରିଥିବା ଏକ ପୋଷ୍ଟ ଏବେ ଚର୍ଚ୍ଚାରେ । ସୋସିଆଲ ସାଇଟରେ ସର୍ବଦା ଆକ୍ଟିଭ ରହୁଥିବା ସୁଜୈନ ଶେୟାର କରିଥିବା ପୋଷ୍ଟରେ ଆକର୍ଷଣୀୟ ଢ଼ଙ୍ଗରେ ଚୌକି ଉପରେ ବସିଛନ୍ତି । ନିକଟରେ ଏକ କଳାକୃତି ରହିଛି । ଯାହାକୁ ଏକ ଲୟରେ ସୁଜୈନ ଚାହିଁଛନ୍ତି । ତଳେ କ୍ୟାପସନ ଲେଖାଯାଇଛି “ଅଗର ତୁମ ଜାଓଗି ତୋ ମେଁ ରୋଉଙ୍ଗା ନେହି । ମେଁ ଆପନା ଏକ ଦିନ ଭି ବେକାର ନେହି କରୁଗିଁ’’ । ଏହାର ଅର୍ଥ ତୁମେ ମୋତେ ଛାଡି ଚାଲିଗଲେ ମୁଁ କାନ୍ଦିବି ନାହିଁ । ଗୋଟିଏ ବି ଦିନ ଏଥିନେଇ ବେକାର କରିବି ନାହିଁ ।

ସୁଜୈନଙ୍କ ଏହି ପୋଷ୍ଟରେ ହ୍ରିତିକ ଲେଖିଛନ୍ତି ସୁପର ପିକ୍ । ଏ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ୩୦ ହଜାରରୁ ଊର୍ଦ୍ଧ୍ୱ ପସନ୍ଦ କରିଛନ୍ତି । ବଲିଉଡର ପ୍ରତିଷ୍ଠିତ ପ୍ରଯୋଜକ ସଞ୍ଜୟ ଖାଁଙ୍କ ଝିଅ ହେଲେ ସୁଜୈନା । ସେ ଇଂଟରିୟର ଡିଜାଇନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ସେ ଫିଲ୍ମରେ ଏତେଟା ରୁଚି ରଖନ୍ତି ନାହିଁ ।

Leave A Reply

Your email address will not be published.