Latest Odisha News

BREAKING NEWS

ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ ପୁଣି ଭୟଙ୍କର ରୂପ ଧାରଣ କଲାଣି କରୋନା । ଦୈନିକ ସଂକ୍ରମଣ ୭ହଜାର ପାର କଲାଣି । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ୩୭ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ବାକି ୩୨ ଜଣ ହୋମ ଆଇସୋଲେସନରେ ଅଛନ୍ତି ।

କରୋନା ରୋଗୀଙ୍କୁ ଚିକିତ୍ସା କରିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ଡାକ୍ତର । ସମସ୍ତଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । କୋଭିଡ୍ ଟେଷ୍ଟ ରିପୋର୍ଟ ଆସିଛି ପଡିଟିଭ୍ । ତେବେ ଏହି ଡାକ୍ତରମାନେ କରୋନା ଟିକା ନେଇଥିଲେ କି ନାହିଁ ସେନେଇ କୌଣସି ସୂଚନା ମିଳି ନାହିଁ ।

Leave A Reply

Your email address will not be published.