Latest Odisha News

ଆଜିଠୁ ବ୍ରହ୍ମପୁରରେ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, କୋଭିଡ୍ କଟକଣାରେ ପାଳନ

ବ୍ରହ୍ମପୁର: ଆଜିଠୁ ଆରମ୍ଭ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଶାଶୁ ଘରୁ ବାପା ଘରକୁ ଆଗମନ କରିବେ ମାଆ ସାଆନ୍ତାଣୀ । ମଧ୍ୟରାତ୍ରିରେ ମାଆଙ୍କ ଆଗମନ ନେଇ ଲଗ୍ନ ସ୍ଥିର ହୋଇଛି । ଏଥିପାଇଁ ଦେଶୀ ବେହେରା ସାହିରେ ସରିଛି ସମସ୍ତ ପ୍ରସ୍ତତି । କୋଭିଡ୍ କଟକଣା ଯୋଗୁ ଚଳିତ ବର୍ଷ ୭ ଦିନ ଯାତ୍ରା ପାଇଁ ଅନୁମତି ମିଳିଛି । କୋଭିଡ୍ କଟକଣାରେ ଅନୁଷ୍ଠିତ ହେବ ଯାତ୍ରୀ ।

ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ବୁଢ଼ୀ ଠାକୁରାଣୀ । ଅଧିକ ଗହଳି ହେଲେ ଜାରି ହେବ ୧୪୪ ଧାରା । ପରମ୍ପରା ଅନୁସାରେ ଦୁଇ ବର୍ଷକୁ ଥରେ ମାଆ ବୁଢୀ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବି ମୁତୟନ ହୋଇଛନ୍ତି । ଚେକିଂ ବି କଡ଼ାକଡ଼ି କରାଯିବ ।

Leave A Reply

Your email address will not be published.