Latest Odisha News

ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା

ନୂଆଦିଲ୍ଲୀ: ଗୁଜୁରାଟର ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା । ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହେବା ସହ ମହାରାସ ପରିବେଷଣ କରିଛନ୍ତି । ଏହି ବିଶାଳ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏତେ ପରିମାଣର ମହିଳା ଏକତ୍ର ହୋଇ ମହାରାସ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବନାସୁରଙ୍କ କନ୍ୟା ତଥା ଭଗବାନ ଶ୍ରୀକୃଷ୍ଣଙ୍କ ବୋହୂ ଉଷାଙ୍କ ରଚିତ ରାସର ସ୍ମୃତିକୁ ସମର୍ପିତ ଏହି କାର୍ଯ୍ୟକ୍ରମରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ନେଇ ମହିଳାମାନେ ଏକତ୍ର ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅହିର ସମ୍ପ୍ରଦାୟର ହଜାର ହଜାର ମହିଳା ଭଗବାନ ଶ୍ରୀକୃଷ୍ଣଙ୍କ ମୂ୍‌ର୍ତ୍ତି ପରିକ୍ରମା କରି ନୃତ୍ୟ ପରିବେଷଣ କରୁଥିଲେ । ଏହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ । ଅଖିଳ ଭାରତୀୟ ଅହିରାଣୀ ମହାରାଷ୍ଟ୍ର ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଏସିସି ସିମେଣ୍ଟ କମ୍ପାନିର ନନ୍ଦଧାମ ପରିସରରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.